ମାଲକାନଗିରି ତା ୨୨/୦୧ ମୋ ନ୍ୟୁଜ ଓଡିଶା (ସତ୍ୟ ନାରାୟଣ ଦାଶ) ନକ୍ସଲ ତାଲିମ ଶିବିରକୁ କବଜାକୁ ନେଲେ ଯବାନ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାର ଭଟ୍ଟିଗୁଡ଼ା ଜଙ୍ଗଲରେ ନକ୍ସଲମାନେ ଏକ ହାଇଟେକ୍ ତାଲିମ ଶିବିର ସ୍ଥାପନ କରିଥିଲେ। ତେବେ ଏହି ଶିବିରଟି ମାଓ ସଙ୍ଗଠନ ପାଇଁ ବିଶେଷ ଗୁରୁତ୍ଵ ବହନ କରିଥିବା ବେଳେ ଅନେକ ସମୟରେ ମାଓବାଦୀ ମନେ ଏଠାରୁ ହିଁ ବିଭିନ୍ନ ଆକ୍ରମଣ ର ଯୋଜନା କରୁଥିଲେ। ତେବେ ଏହି ମାଓ ଉପଦ୍ରବ ଅଞ୍ଚଳରେ କୋବ୍ରା ବାଟାଲିୟନର ଯବାନମାନଙ୍କ ମାଓ ଦମନ ନିମତେ ତଲାସି ଅଭିଯାନ କରୁଥିବା ବେଳେ ଉକ୍ତ ତାଲିମ ଶିବିରକୁ ଠାବ କରିଥିଲେ। ମାଓ ଗଡକୁ ଧ୍ଵଂସ କରିବା ପାଇଁ ହେଲେ ଏହି ଶିବିରକୁ ମଧ୍ୟ ନଷ୍ଟ କରିବାର ଆବଶ୍ୟକତା ଥିବାରୁ ଏହାକୁ ନିଜ ଅକ୍ତିଆରକୁ ନେଇଛନ୍ତି ଯବାନ ମାନେ। ଏହି ତାଲିମ ଶିବିରରେ ନିର୍ମିତ ସ୍ମାରକୀ ସ୍ତମ୍ଭକୁ ମଧ୍ୟ ଭାଙ୍ଗି ଦେଇଛନ୍ତି ଯବାନ। ତାଲିମ ଶିବିରରେ, ନକ୍ସଲମାନେ ବଡ଼ ବଡ଼ ଗଛ ଗୁଡ଼ିକୁ ମଧ୍ୟ ବିଭିନ୍ନ ତାଲିମ ପାଇଁ ବ୍ୟବହାର କରୁଥିବା ବେଳେ ବିଧିବଦ୍ଧ ଭାବରେ କଂକ୍ରିଟ୍ ବାରାକ୍ ଏବଂ କୁଡ଼ିଆ ଆଶ୍ରୟ ସ୍ଥଳ ନିର୍ମାଣ କରାଯାଇଥିଲା। ଯାହାକୁ ଯବାନ ମନେ ନଷ୍ଟ କରିବା ସହ ଏହି ଶିବିରକୁ ନିଜ ଆୟତ୍ତକୁ ନେଇ ଅଞ୍ଚଳରେ ମାଓ ସଙ୍ଗଠନକୁ ଦୁର୍ବଳ କରିଥିବା କୁହାଯାଉଛି।


