ସତିଗୁଡ଼ା ସରକାରୀ ଏସଏସଡ଼ି ବାଳିକା ଉଚ୍ଚ ବିଦ୍ୟାଳୟର ପଞ୍ଚଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ, ଯୋଗଦେଲେ ବିଧାୟକ

ମାଲକାନଗିରି ତା ୨୨/୦୧ ମୋ ନ୍ୟୁଜ ଓଡିଶା (ସତ୍ୟ ନାରାୟଣ ଦାଶ) ମାଲକାନଗିରି ଜିଲ୍ଲା ସଦର ବ୍ଲକର ଏମଭି ୧୧୧ ସତିଗୁଡ଼ା ସରକାରୀ ଏସଏସଡ଼ି ବାଳିକା ଉଚ୍ଚ ବିଦ୍ୟାଳୟର ପଞ୍ଚଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ ଯୋଗଦେଇଥିବା ବେଳେ ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ ସହିତ ଅନ୍ୟ ଅତିଥି ମାନେ ଉପସ୍ଥିତ ଥିଲେ। ଅତିଥି ମାନେ ଛାତ୍ରୀ ମାନଙ୍କ ନିକଟରେ ନିଜ ନିଜର ଉଦବୋଧନ ରଖିଥିଲେ। ଅତିଥି ମାନଙ୍କ ଦ୍ୱାରା କୃତି ଛାତ୍ରୀ ମାନଙ୍କୁ ପୁରସ୍କୃତ କରିବା ସହ ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

Post a Comment

Previous Post Next Post