ମୋ ନିୟୁଜ ଓଡିଶା ଭାରତ ବିକାଶ ପରିଷଦ ବ୍ରହ୍ମପୁର ଶାଖା ପକ୍ଷରୁ ପ୍ରତିନିଧିତ୍ଵ କରୁଥିବା କନିଷ୍ଠ ବର୍ଗ ର ଛାତ୍ରମାନେ ଚଳିତ ବର୍ଷ *ଭାରତ କୁ ଜାଣ* ପ୍ରତିଯୋଗିତାରେ ରାଜ୍ଯ ସ୍ତରରେ ପ୍ରଥମ ହୋଇ ଧାନବାଦ ଠାରେ ଅନୁଷ୍ଠିତ କ୍ଷେତ୍ରୀୟ ସ୍ତର ପ୍ରତିଯୋଗିତାରେ ଭାଗ ନେଇଥିଲେ l କ୍ଷେତ୍ରୀୟ ସ୍ତରରେ ମଧ୍ୟ ପ୍ରଥମ ହୋଇ ଜାତୀୟ ସ୍ତରକୁ ଉନ୍ନୀତ ହୋଇଥିଲେ l
ଜାତୀୟ ସ୍ତରରେ *ଭାରତ କୁ ଜାଣ* ପ୍ରଶ୍ନ ମଞ୍ଚ କୁଇଜ୍ ପ୍ରତିଯୋଗିତା 19 ଜାନୁଆରୀ, 2025 ରବିବାର ଦିନ ଲକ୍ଷ୍ନୋ ରେ ଆୟୋଜିତ ହୋଇଯାଇଛି l
କ୍ଷେତ୍ରୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ଲକ୍ଷ୍ନୋ ଠାରେ ଅନୁଷ୍ଠିତ ଜାତୀୟ ପ୍ରତିଯୋଗିତାରେ କନିଷ୍ଠ ବର୍ଗର ଛାତ୍ର ମାନେ ଭାଗ ନେଇଥିଲେ l
ଅତି ଆନନ୍ଦ ର କଥା ଯେ
ଭାରତ ବିକାଶ ପରିଷଦ ବ୍ରହ୍ମପୁର ଶାଖା କୁ ପ୍ରତିନିଧିତ୍ଵ କରୁଥିବା କନିଷ୍ଠ ବର୍ଗର ଛାତ୍ରମାନେ ଜାତୀୟ ସ୍ତରରେ ମଧ୍ଯ ପ୍ରଥମ ସ୍ଥାନ ଅଧିକାର କରି ରାଷ୍ଟ୍ରୀୟ ଚାମ୍ପିଅନ୍ ହୋଇଛନ୍ତି ଏବଂ ପୁରସ୍କାର ସ୍ଵରୂପ ଚାମ୍ପିଅନ୍ ଟ୍ରଫି ଗ୍ରହଣ କରି ପରିଷଦ କୁ ଗୌରବ ଆଣିଛନ୍ତି l
ଆପଣଙ୍କ ଅବଗତି ନିମନ୍ତେ ଜଣାଉଛୁ ଯେ ଗତ ଅକ୍ଟୋବର 20 ତାରିଖରେ କେ.ସି ପବ୍ଲିକ୍ ବିଦ୍ୟାଳୟ ପରିସରରେ ବ୍ରହ୍ମପୁର ଶାଖା ଦ୍ଵାରା ଆୟୋଜିତ ଶାଖା ସ୍ତରୀୟ *ଭାରତ କୁ ଜାଣ* ପ୍ରତିଯୋଗିତାରେ ସ୍ଥାନୀୟ DePaul ସ୍କୁଲ ର ଛାତ୍ରମାନେ ଜୁନିୟର ବିଭାଗ ରେ ପ୍ରଥମ ସ୍ଥାନ ହାସଲ କରିଥିଲେ l
ତାପରେ ଜୁନିୟର ଟିମ୍ ନୟାଗଡ଼ରେ ଆୟୋଜିତ ରାଜ୍ୟ ସ୍ତରରେ ପ୍ରଥମ ସ୍ଥାନ ହାସଲ କରିଥିଲା ଏବଂ ଧାନବାଦ ଠାରେ ଆୟୋଜିତ କ୍ଷେତ୍ରୀୟ ପ୍ରତିଯୋଗିତାରେ ପ୍ରଥମ ହୋଇ ଟିମ୍ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇଥିଲେ l
ବ୍ରହ୍ମପୁର ଶାଖା କୁ ପ୍ରତିନିଧିତ୍ଵ କରୁଥିବା ଜୁନିୟର ବିଭାଗରେ DePaul ବିଦ୍ୟାଳୟ ର ଛାତ୍ର ଅନିମେସ ଖଟେଇ ଓ ସୋନ ସିଦ୍ଧାନ୍ତ ବର୍ମା ପ୍ରଥମ ସ୍ଥାନ ହାସଲ କରିଛନ୍ତି ଜାତୀୟ ସ୍ତରରେ ସୁନାମ ଆଣିଥିବା ବ୍ରହ୍ମପୁର ଶାଖା ସମ୍ପାଦକ ପ୍ରସନ୍ନ କୁମାର ଛୋଟରାୟ ଜଣାଇଛନ୍ତି l
ପୁରସ୍କାର ସ୍ୱରୂପ ସେମାନଙ୍କୁ ପ୍ରମାଣ ପତ୍ର ଏବଂ ଟ୍ରଫି ପ୍ରଦାନ କରାଯାଇଥିଲା l
ଭାରତ ବିକାଶ ପରିଷଦ ବ୍ରହ୍ମପୁର ଶାଖା ତରଫରୁ ସଭାପତି, ସମ୍ପାଦକ ଏବଂ ସମସ୍ତ ପଦାଧିକାରୀ ଛାତ୍ର ମାନଙ୍କୁ ତଥା ବିଦ୍ୟାଳୟ କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି l
ପ୍ରସନ୍ନ କୁମାର ଛୋଟରାୟ
ସମ୍ପାଦକ
BVP, ବ୍ରହ୍ମପୁର ବ୍ରାଞ୍ଚ
79 7853 4327


