ଭଞ୍ଜନଗରର କବୀ ତଥା ଶିକ୍ଷୟିତ୍ରୀ ସମ୍ବର୍ଦ୍ଧିତ

 


ଭଞ୍ଜନଗର :ମୋ ନିୟୁଜ ଓଡିଶା ଭୁବନେଶ୍ୱଣସ୍ଥିତ ବହାଇ ଭବନରେ ଭଦ୍ରକର ‘ମୁଁ ଓଡ଼ିଆ ମୋ ଭାଷା ଓଡ଼ିଆ’ ସାହିତ୍ୟ ସଂସଦର ପ୍ରଥମ ବାର୍ଷିକ ରାଜ୍ୟସ୍ତରୀୟ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ବ୍ଲକ କାହ୍ନୁରାଉତ ନୋଡ଼ାଲ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ତଥା ଲୋହରାଖଣ୍ଡି ସାହିତ୍ୟ ସଂସଦର ସାଙ୍ଗଠନିକ ସମ୍ପାଦିକା ଶ୍ରୀମତୀ କଳ୍ପନା କୁମାରୀ ପ୍ରଧାନଙ୍କୁ ସାରସ୍ୱତ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି। ସମାରୋହର ପ୍ରଥମ ପର୍ଯ୍ୟାୟରେ ସଂସଦର ଉପଦେଷ୍ଟା କୁଳମଣି ବାରିକଙ୍କ ପୌରୋହିତ୍ୟ ତଥା କବୟିତ୍ରୀ ଅନୁସୂୟା ଦେବତା ଓ ସ୍ନେହ ମିଶ୍ରଙ୍କ ସଂଯୋଜନା କ୍ରମେ କବିତା ପାଠ ଅନୁଷ୍ଠିତ ହୋଇଥିଲା। ସଂସଦର ପ୍ରତିଷ୍ଠାତା ସମ୍ପାଦକ ପ୍ରହଲ୍ଲାଦ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ନୋଡ଼ାଲ ଅଫିସର, ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଓଡ଼ିଶ ସରକାର ଡ. ସୂର୍ଯ୍ୟ ପ୍ରକାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବାବେଳେ ପଲ୍ଲୀକବି ନନ୍ଦ କିଶୋର ବଳଙ୍କ ପୌତ୍ର ସୁଶାନ୍ତ କିଶୋର ବଳ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଶିଶୁ ସାହିତ୍ୟିକ ଦେବୀ ପ୍ରସାଦ ନାଏକ ମଞ୍ଚ ପରିଚାଳନା କରିଥିଲେ। ସମାରୋହରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଶତାଧିକ କବି ଓ କବୟିତ୍ରୀ କବିତା ପାଠ କରିଥିଲେ। ପ୍ରକାଶଥାଉକି ଲୋହରାଖଣ୍ଡି ସାହିତ୍ୟ ସଂସଦ ଦ୍ୱାରା ପ୍ରକାଶିତ ଶିଶୁ କିଶୋର ପୁସ୍ତକ ‘କାହାଣୀ କଥା କୁହେ’ ଏହି ଅବସରରେ ଉନ୍ମୋଚିତ ହୋଇଥିଲା। ଶେଷରେ ସମାଜସେବୀ ଜୟରାମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post