ସଡ଼କ ଦୁର୍ଘଟଣାରେ କଲେଜ ଛାତ୍ର ଆହତ

 


ମାଲକାନଗିରି  ମୋ ନିୟୁଜ ଓଡିଶା ତା ୦୬/୦୧ ମୋ ନ୍ୟୁଜ ଓଡିଶା (ସତ୍ୟ ନାରାୟଣ ଦାଶ) ମାଲକାନଗିରି ସହରରୁ ଛତିଶଗଡ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଚାଲାଣଗୁଡା ପଂଚାୟତର ବୁଦ୍ରାଗୁଡା ଠାରେ ଆଜି ଏକ ଧାନ ବୋଝେଇ ପିକଅପ ଗାଡି (ଓଡି୩୦-ବି-୨୪୫୯) ସହ  ସାଇକେଲରେ କଲେଜ ଯାଉଥିବା ଛାତ୍ରଙ୍କ ସହ ମୁହାଁମୁହିଁ  ଧକ୍କା ହୋଇଥିଲା l ଏହି ଦୁର୍ଘଟଣାରେ ସାଇକେଲ ଆରୋହୀ ଛାତ୍ର ଜଣଙ୍କ ଗୁରୁତର ଆହତ ହେବା ସହ ଧାନ ବୋଝେଇ ପିକଅପ ଗାଡିଟି ନିୟନ୍ତ୍ରଣ ହରାଇ ରାସ୍ତା ତଳକୁ ଖସି ଯାଇ ଓଲଟି ପଡ଼ିଥିଲା l ଗାଡ଼ିରେ ବସିଥିବା କିଛି ଲୋକ ସାମନ୍ୟ ଆହତ ହୋଇଥିବା ଘଟଣାସ୍ଥଳରେ ଥିବା ଲୋକଙ୍କଠାରୁ ଜଣାପଡିଛି l ଦୁର୍ଘଟଣା ହେବା ପରେ ଉକ୍ତ ଧାନ ବୋଝେଇ ପିକଅପ ଗାଡି ଚାଳକ ମନ୍ତୋଷ ବନିକ ଗୁରୁତର ଆହତ ହୋଇଥିଲେ। କଲେଜ ଛାତ୍ରଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ  l ଦୁର୍ଘଟଣାରେ ଆହତ ହୋଇଥିବା ଛାତ୍ର ଜଣଙ୍କ ମାଲକାନଗିରି ମଡେଲ  ଡିଗ୍ରୀ କଲେଜରେ ଯୁକ୍ତ ତିନି ବାଣିଜ୍ୟ ବିଭାଗର ଛାତ୍ର ଓ ତାଙ୍କ ନାମ ଅନନ୍ତ ଭୂମିଆ ବୋଲି ଜଣାପଡିଛି l ସେ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ପଡିଆରାରାସ ବାସିନ୍ଦା ହୋଇଥିବା ବେଳେ କିଛି ଦିନ ହେବ ସେ ମାଲକାନଗିରିର ଚାଲାଣଗୁଡା ପଂଚାୟତର ବୁଦ୍ରାଗୁଡା ଠାରେ ତାଙ୍କ ଭଉଣୀ ଘରେ ରହି ପାଠ ପଢୁଛି l ବର୍ତମାନ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କ ଚିକିତ୍ସା ଚାଲିଥିବା ତାଙ୍କ ସମ୍ପର୍କୀୟ ଠାରୁ ସୂଚନା ମିଳିଛି l ଚଲାଣଗୁଡା ସରପଞ୍ଚ ଅରକ୍ଷିତ ନାୟକ ଦୁର୍ଘଟଣା ସମ୍ବନ୍ଧରେ ଜାଣିବା ପରେ ଘଟଣାସ୍ଥଳରେ ପହଁଚି ଦୁର୍ଘଟଣା ବିଷୟରେ ପଚାରାଉଚାରା କରିବା ସହ ଦୁର୍ଘଟଣା ରେ ଆହତ ହୋଇଥିବା ଅନନ୍ତଙ୍କ ସମ୍ପର୍କୀୟଙ୍କୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିଥିଲେ ଏବଂ  ମାଲକାନଗିରି ଥାନାକୁ ଏହି ଦୁର୍ଘଟଣା ସମ୍ବନ୍ଧ ରେ ସୂଚନା ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାପଡିଛି।

Post a Comment

Previous Post Next Post