ମାଲକାନଗିରି ତା ୦୬/୦୧ ମୋନ୍ୟୁଜ ଓଡିଶା(ସତ୍ୟ ନାରାୟଣ ଦାଶ) ଆଜି କେନ୍ଦ୍ରୀୟ ବିଦ୍ୟାଳୟ ମାଲକାନଗିରି ରେ ସି. ଏମ. ପି ପ୍ରକୋଷ୍ଠ ରେ ମୁଦ୍ରା ପ୍ରଦର୍ଶନୀ କାର୍ଯ୍ୟକ୍ରମ ର ଆୟୋଜିତ ହୋଇଯାଇଛି l କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ଡ଼ କୈଳାଶ ମୀନାଙ୍କ ଅଧ୍ୟକ୍ଷତା ରେ ଏହି ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି l ଓ.ଏସ.ଏ.ପି, ମାଲକାନଗିରି ରେ କାର୍ଯ୍ୟରତ ମିତେଶ ରଞ୍ଜନ ସାହୁ ୨୯୫ ଟି ବିଭିନ୍ନ ଦେଶର ପ୍ରାଚୀନ ମୁଦ୍ରା, ସ୍ପେସିମେନ କଏନ, ଜୟନ୍ତୀ ସ୍ମାରକୀ ମୁଦ୍ରା, ବ୍ୟାଙ୍କ ଟୋକନ ଆଦି ବ୍ୟକ୍ତିଗତ ସଂଗ୍ରହ ର ପ୍ରଦର୍ଶନ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏବଂ ଅଭିଭାବକଙ୍କ ପାଇଁ ଏହି ପ୍ରଦର୍ଶନୀ ଆୟୋଜିତ ହେଇଥିଲା l ଏହି ପ୍ରଦର୍ଶନୀ ଦ୍ୱାରା ବିଦ୍ୟାଳୟ ଛାତ୍ରଛାତ୍ରୀ ଙ୍କ ବିଭିନ୍ନ ଦେଶର ମୁଦ୍ରା ଏବଂ ବିନିଯୋଗ ବ୍ୟବସ୍ଥାର ଜ୍ଞାନର ଅଭିବୃଦ୍ଧି ହେଇଥିଲା l ଏହି ପ୍ରଦର୍ଶନୀ ରେ ବିଦ୍ୟାଳୟ ପରିଚାଳନା କମିଟି ର ସଦସ୍ୟ ଡ଼ ରଞ୍ଜନ କୁମାର ସ୍ୱାଇଁ ମୁଖ୍ୟ ଅତିଥି ରୁପେ ଯୋଗ ଦେଇଥିଲେ l ସୂଚନା ଯୋଗ୍ୟ ଯେ ମିତେଶ ରଞ୍ଜନ ସାହୁ ବିଭିନ୍ନଶିକ୍ଷାନୁଷ୍ଠାନ, ପ୍ରଦର୍ଶନୀ, ସରକାରୀ ଅନୁଷ୍ଠାନ ରେ ନିଜର ସଂଗ୍ରହ ର ପ୍ରଦର୍ଶନୀ କରିଥିଲେ l କେନ୍ଦ୍ରୀୟ ବିଦ୍ୟାଳୟ ର ଅଧ୍ୟାପକ ରାମବୀର ସିଂ, ଅମିତ ଦାସ, ଅଶୋକ କୁମାର, ଆଦିତ୍ୟ କୁମାର ରାୟ ଏବଂ ପ୍ରାଥମିକ ଶିକ୍ଷକ ବୃନ୍ଦ ଏହି କାର୍ଯ୍ୟକ୍ରମ କୁ ସଫଳ ହେବାରେ ସହଯୋଗ କରିଥିଲେ l
Tags:
ଆଞ୍ଚଳିକ