କର୍କଟ ରୋଗୀକୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ ରିକ୍ଲାମେସନ୍ ରାଇଜିଂ କ୍ଳବର ସଦଷ୍ୟ।

ମାଲକାନଗିରି ତା ୦୬/୦୧ ମୋ ନ୍ୟୁଜ ଓଡିଶା(ସତ୍ୟ ନାରାୟଣ ଦାଶ) ମାଲକାନଗିରି ଜ଼ିଲ୍ଲା ସଦର ମମହାକୁମା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ସଦର ମହକୁମାର ପରାଜାଗୁଡା ଗ୍ରାମର ସତ୍ରୁ ଧନ ନାମକ ୫୦ ବର୍ଷୀୟା ଜଣେ ମହିଳା ବହୁ ଦିନ ହେବ କର୍କଟ ରୋଗରେ ପୀଡିତ ଥିଲେ। ତାଙ୍କୁ ଆଜି ଡାକ୍ତର ରକ୍ତର ଆବଶ୍ୟକ ଥିବା କହିଥିଲେ। ତେବେ ତାଙ୍କୁ ଏ.ବି ପୋଜିଟିବ ରକ୍ତର ଆବଶ୍ୟକତା ଥିଲା । ଏହି ଖବର ମାଲକାନଗିରି ରିକ୍ଲାମେସନ୍ ରାଇଜିଂ କ୍ଳବର ସମ୍ପାଦକ କେ. ରାହୁଲ ଜାଣିବା ପରେ ତୁରନ୍ତ ରିକ୍ଲାମେସନ୍ ରାଇଜିଂ କ୍ଳବର ମେମ୍ବର ମନୋଜ କୁମାର ଚୌଧାରୀ ଙ୍କୁ ଯୋଗାଯୋଗ କରିଥିଲେ। ମାନବିକତା ଦେଖାଇ ଶ୍ରୀ ଚୌଧାରୀ ରକ୍ତଭଣ୍ଡାର କୁ ଯାଇ ରକ୍ତଦାନ କରିଥିଲେ | ତେବେ ତାଙ୍କର ଏଭଳି ମହତ କାର୍ଯ୍ୟ ପାଇଁ  ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ଏହି ଅବସରରେ ଏକ୍ଜିକ୍ୟୁଟିଭ ବୋଡି ମେମ୍ବର ରିକ୍ଲାମେସନ୍ ରାଇଜିଂ କ୍ଳବ ସତ୍ୟଜିତ ଗୌଡ଼ ଓ ଅନ୍ୟାନ୍ୟ ସଦଷ୍ୟ ମାନେ ଉପସ୍ଥିତ ଥିଲେ |

Post a Comment

Previous Post Next Post