ଭଞ୍ଜନଗର ମୋ ନିୟୁଜ ଓଡିଶା : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ତରଫରୁ ଭଞ୍ଜନଗରସ୍ଥ ଶାନ୍ତି ସ୍ରୋତ ଭବନଠାରେ ୫୬ତମ ଅବ୍ୟକ୍ତ ସ୍ମୃତି ଦିବସ ପାଳନ ହୋଇଯାଇଛି। ଏଥିରେ ଅତିରିକ୍ତ ପୋଲିସ ଆରକ୍ଷୀ ଅଧିକ୍ଷକ ଶ୍ରୀ ରଞ୍ଜନ କୁମାର ଦେ ସାର ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସ୍ୱ ପରିବର୍ତ୍ତନରେ ବିଶ୍ୱ ପରିବର୍ତ୍ତନ ବୋଲି ଦୃଢ଼ୋକ୍ତି ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ରୂପେ ପ୍ରାକ୍ତନ ମୃତ୍ତିକା ସଂରକ୍ଷଣ ଅଧିକାରୀ ଶ୍ରୀ ଲଡୁ କିଶୋର ମହାପାତ୍ର, ଏବିଡିଓ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ସାର୍ ଉପସ୍ଥିତ ଥିଲେ। ମୁଖ୍ୟ ବକ୍ତା ରୂପେ ଉକ୍ତ କେନ୍ଦ୍ରର ମୁଖ୍ୟ ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମା କୁମାରୀ ସନ୍ତୋଷିନୀ ଭଉଣୀ ପ୍ରଜାପିତା ବ୍ରହ୍ମାବାବାଙ୍କ ତ୍ୟାଗ ଓ ତପସ୍ୟା ବିଶ୍ୱ ପରିବର୍ତ୍ତନର ଦୁଇଟି ସହାୟକ ସ୍ତମ୍ଭ ବୋଲି ବିଶଦ ଆଲୋଚନା କରିବା ସହିତ ନୀରବତା ଗୁଣର ସଦୁପଯୋଗ ବର୍ତ୍ତମାନ ସମାଜ ପାଇଁ ନିତାନ୍ତ ଜରୁରୀ ବୋଲି ମତପୋଷଣ କରିଥିଲେ। ସାମ୍ବାଦିକ ଭ୍ରାତା ଲୋକନାଥ ଭ୍ରାତା, ବିଶ୍ୱମ୍ବର ଭ୍ରାତା, ସମାଜସେବୀ ଶୂଳ ପାଣି ଭ୍ରାତା, ବ୍ୟାଙ୍କ କର୍ମଚାରୀ ସମେତ ୫୦୦ରୁ ଉର୍ଦ୍ଧ୍ୱ ଆଧ୍ୟାତ୍ମିକ ପ୍ରେମୀ ଭାଇଭଉଣୀ ଉପସ୍ଥିତ ଥିଲେ ।
ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା


