କବିସମ୍ରାଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୬୨ ତମ ବାର୍ଷିକ ଉତ୍ସବ

 


ଭଞ୍ଜନଗର:ମୋ ନିୟୁଜ ଓଡିଶା ଓଡ଼ିଆ ସାହିତ୍ୟର ସମ୍ରାଟ ଭାବେ ବିଶ୍ୱପ୍ରସିଦ୍ଧ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମ ସ୍ଥାନ କୁଲାଡ଼ ଠାରେ ଥିବା କବି ସମ୍ରାଟ ସରକାରୀ ଉଚ୍ଚ ମଧ୍ୟମିକ ବିଦ୍ୟାଳୟର ୬୨ ତମ ବାର୍ଷିକ ଉତ୍ସବ ପାଳିତ ହୋଇଛି। ଯେଉଁ ବିଦ୍ୟାଳୟରେ ପ୍ରତିବର୍ଷ ୫୦୦ରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ପ୍ରତିବର୍ଷ ଦଶମ ଶ୍ରେଣୀରେ ୨୦% ଅଂଶ ପିଲା ୮୦% ପ୍ରତିଶତରୁ ଉର୍ଦ୍ଧ ମାର୍କ ରଖି ଉତୀର୍ଣ୍ଣ ହୋଇଆସୁଛନ୍ତି। କ୍ରୀଡା କ୍ଷେତ୍ରରେରେ ମଧ୍ୟ ଅନେକ ମେଧାବୀ ଛାତ୍ରଛାତ୍ରୀ ସୃଷ୍ଟି ହେଉଛନ୍ତି। ଅଂଚଳରେ ଆଜି କାଲି ଅନେକ ଘରୋଇ ବିଦ୍ୟାଳୟ ମୁଣ୍ଡ ଟେକି ଥିଲେବି ଏହି ସରକାରୀ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ନିଷ୍ଠାର ସହିତ ଶିକ୍ଷା ପ୍ରଦାନ କରି ଆସୁଛନ୍ତି। ବିଦ୍ୟାଳୟର ଅଧ୍ୟକ୍ଷ ଗୌରୀ ନନ୍ଦନ ହୋତା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ତଥା ଛାତ୍ରଛାତ୍ରୀମାନଙ୍କୁ ଅନେକ ଉତ୍ସାହିତ କାର୍ଯ୍ୟ ଏବଂ ବାଣୀ ମାଧ୍ୟମରେ ସୁନ୍ଦର ଭାବେ ପରିଚାଳନା କରିଆସୁଛନ୍ତି। ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ଛାତ୍ରଛାତ୍ରୀ ମାନଙ୍କ ବିଭିନ୍ନ କ୍ରୀଡା ଏବଂ ବାତ୍କୃତା, ପ୍ରବନ୍ଧ, ନୃତ୍ୟ, ଗୀତ ପ୍ରତିଯୋଗିତା କରି ଏହି ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଅଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ନାୟକ, ଆଞ୍ଚଳିକ ଉପ ନିର୍ଦ୍ଦେଶକ ସୁଶାନ୍ତ କୁମାର ଦାସ, ସ୍ଥାନୀୟ ସରପଞ୍ଚ ଭି.ସଂଯୁକ୍ତା କୁମାରୀ ରାଜୁ, ସମିତିସଭ୍ୟା ପି. ରେଣୁବାଳା ପାତ୍ର ସଭା କାର୍ଯ୍ୟର ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ। ବିଦ୍ୟାଳୟର ପାରିପାର୍ଶିକ ସ୍ଥିତିକୁ ପରିଲକ୍ଷିତ କରି ବିଧାୟକ ଶ୍ରୀଯୁକ୍ତ ନାୟକ ବିଦ୍ୟାଳୟର ସମସ୍ତ ଅଭାବ ଏବଂ ଆବଶ୍ୟକତାକୁ ଅତିଶୀଘ୍ର ପୂରଣ କରିବା ପାଇଁ ପ୍ରତିଶୃତି ପ୍ରଦାନ କରିବା ସହିତ ଆସନ୍ତା ଅକ୍ଟୋବର ମାସରେ ଏକ ସ୍ୱର୍ଣ୍ଣ ଜୟନ୍ତୀ ଉତ୍ସବ ଅନୁଷ୍ଠିତ କରିବାକୁ ପ୍ରତିଶୃତି ପ୍ରଦାନ କରିଛନ୍ତି। 

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post