ଘୁମୁସର ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ସମ୍ମିଳନୀ

 


ଭଞ୍ଜନଗର ମୋ ନିୟୁଜ ଓଡିଶା : ସ୍ଥାନୀୟ ବନ ବିଭାଗ ଡାକବଙ୍ଗଳା ଠାରେ ଘୁମୁସର ବରିଷ୍ଠ ନାଗରିକ ମଞ୍ଚର ସପ୍ତମ ବାର୍ଷିକ ସମ୍ମିଳନୀ ସଭାପତି ସୋମନାଥ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ସମ୍ମିଳନୀକୁ ଉଦଘାଟନ କରି ବରିଷ୍ଠ ନାଗରିକ ମଞ୍ଚର ବିଭିନ୍ନ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ । ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୌରୀଶଙ୍କର ଶତପଥି ମୁଖ୍ୟ ବକ୍ତା ଭାବେ ଏବଂ ମଞ୍ଚର ଉପଦେଷ୍ଟା ତଥା ପୂର୍ବତନ ମହାବିଦ୍ୟାଳୟ ଅଧ୍ୟକ୍ଷ ଶିବରାମ ପଣ୍ଡା, ଡକ୍ଟର କମ୍ବୁପାଣି ସାମନ୍ତ, ମଞ୍ଚର ଉପ-ସଭାପତି ସନ୍ତୋଷ କୁମାର ତିଆଡି, ସୋରଡା ବରିଷ୍ଠ ନାଗରିକ ମଞ୍ଚ ତଥା ଶଶୀଭୂଷଣ ସାହିତ୍ୟ ସଂସଦର ସଭାପତି ଧୋବା ବେହେରା, ସମ୍ପାଦକ ଉମାଶଙ୍କର ଦାସ, ବାଲିପଦର ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ପ୍ରକାଶ ଚନ୍ଦ୍ର ରଥ, ଗୋପାଳ ଚନ୍ଦ୍ର ଲେଙ୍କା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଡକ୍ଟର ସୁରେଶ କୁମାର ପଣ୍ଡା ଏବଂ ସମ୍ପାଦକ ରବି ନାରାୟଣ ସାମନ୍ତ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ବିଶିଷ୍ଟ ସାହିତ୍ୟିକ ଅଶୋକ କୁମାର ସାହୁ, ସମାଜସେବୀ ତଥା ସାମ୍ବାଦିକ ମାଗୁଣି ମିଶ୍ର, ବ୍ରଜଗୋପାଳ ମହାରଣା, ବିଭୂତି ଭୂଷଣ ଜେନାଙ୍କୁ ତାଙ୍କର କୃତିତ୍ୱ ପାଇଁ ମାନପତ୍ର ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କଣ୍ଠଶିଳ୍ପୀ ଅଶୋକ କୁମାର ସ୍ୱାଇଁ ଏବଂ ସାଥୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥି୍ୱା ବେଳେ ମଞ୍ଚର ସଦସ୍ୟ ପ୍ରତାପ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post