ଭଞ୍ଜନଗର:ମୋ ନିୟୁଜ ଓଡିଶା ବେଲଗୁଣ୍ଠା ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରରେ ଅନୁଷ୍ଠାନର ସଭାପତି ମାଧବ ଚନ୍ଦ୍ର ଆପଟଙ୍କ ସଭାପତିତ୍ୱରେ ୨୫ ତମ ବାର୍ଷିକ ଉତ୍ସବ ତଥା ରୌପ୍ୟ ଜୟନ୍ତୀ ପାଳନ ହୋଇ ଯାଇଅଛି। ମୁଖ୍ୟ ଅତିଥିଙ୍କ ସହ ସମସ୍ତ ଅତିଥି ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ଅନୁଷ୍ଠାନର ଆଇନ ପରାମର୍ଶ ଦାତା ତଥା ବରିଷ୍ଟ ଆଇନଜୀବି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଯୁଗେ ଯୁଗେ ସ୍ୱାମୀ ବିବେକାନନ୍ଦ ରହିବେ ବୋଲି ଉଦବୋଧନ ଦେଇଥିଲେ। ରୋଟାରିୟାନ ତଥା ସମାଜସେବୀ ରଞ୍ଜିତ ବାରିକ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ସ୍ୱାମୀଜି ଙ୍କ ଆଦର୍ଶରେ ଚାଲିଥିବା ଏହି ଅନୁଷ୍ଠାନ ଆହୁରି ଆଗକୁ ବଢ଼ୁ ବୋଲି ମତ ପ୍ରଦାନ କରିଥିଲେ। ସ୍ୱତନ୍ତ୍ର ଅତିଥି ଭାବେ ରୋଟାରୀୟାନ ଜିଲ୍ଲା ଗଭର୍ଣ୍ଣର ଯାଜ୍ଞସେନ ମହାପାତ୍ର ଯୋଗଦେଇ ଅନୁଷ୍ଠାନର ଗୁରୁମା ଓ ଗୁରୁଜୀ ମାନେ ସ୍ୱଳ୍ପ ଦରମା ନେଇ କାମ କରି ନିସ୍ୱାର୍ଥାପର ସେବା ଯୋଗାଉଥିବା ଯୋଗୁଁ ସାଧୁବାଦ ଜଣାଇଥିଲେ। କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟକ୍ଷ କୃତିବାସ ବିଶ୍ୱାଳ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ବିଶ୍ୱଗୁରୁ ସ୍ୱାମୀ ବିବେକାନନ୍ଦଙ୍କ ଉକ୍ତି ଗୁଡିକ ବର୍ତ୍ତମାନ ଯୁଗରେ କିପରି ଭାବେ ପ୍ରତିଫଳିତ ହେଉଛି ତାହାକୁ ପ୍ରମାଣିତ କରିଥିଲେ। ଅନ୍ତର୍ଜାତୀୟ କବି ଓ ଲେଖକ ଡଃ ପ୍ରସନ୍ନ କୁମାର ଦଳାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଈ ଶିଶୁ ମାନଙ୍କ ଅନ୍ତର୍ନିହିତ ଗୁଣ ପ୍ରସ୍ପୁଟିତ ହେବା ଗୁରୁଜୀ ଓ ଗୁରୁମା ମାନଙ୍କ କର୍ତ୍ତବ୍ୟ ବୋଲି ମତ ପ୍ରକାଶ କରିଥିଲେ। ସେହିପରି ବଣିକ ସଙ୍ଘର ସଭାପତି ଚିନମ୍ ସନତ କୁମାର ସୁବୁଦ୍ଧି ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଶିଶୁ ମାନଙ୍କ ମଧ୍ୟରେ ଆଗରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗୀତା ଗୁଡାକର ଫଳାଫଳ ଘୋଷଣା କରାଯାଇ ଅତିଥି ମାନଙ୍କ ଦ୍ୱାରା ସିଲ, ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଉପସ୍ଥିତ ଥିବା କବିସମ୍ରାଟ ମିଡ଼ିଆ କ୍ଲବ୍, ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟ, ପ୍ରେସ କ୍ଲବ, ମିଡ଼ିଆ କ୍ଳବ୍ ସଦସ୍ୟ ମାନଙ୍କୁ ଅନୁଷ୍ଠାନର ସମ୍ପାଦକ ଉପଢୌକନ ଦେଇ ସମ୍ମାନୀତ କରିଥିଲେ। ଅନୁଷ୍ଠାନର ଉତ୍ସାହିତ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ରାଜା, ଅନିତା, ରଶ୍ମିତା ଓ ଆଶୁତୋଷ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନୁଷ୍ଠାନର ସମ୍ପାଦକ ସୁଶାନ୍ତ କୁମାର ବେହେରା ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରଧାନ ଆଚାର୍ଯ୍ୟ କାଶୀନାଥ ସାହୁ ବାର୍ଷିକ ବୀବରଣୀ ପାଠ କରିଥିଲେ। ଅନୁଷ୍ଠାନର ଗୁରୁଜୀ ଯଥା ସୁକାନ୍ତ, ଶିବରାମ, ଗୁଣ୍ଡିଚା, ସନ୍ତୋଷ, ସତ୍ୟ, ବସନ୍ତ ଓ ଗୁରମା ସନ୍ଧ୍ୟା, ରୁନି, ମହାଲକ୍ଷ୍ମୀ, ଟୁନୀ, ବିଶ୍ମିତା, ଶୁଭମ୍, ମାହେଶ୍ୱରୀ, ପିଙ୍କି, ସୁଜାତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଅନୁଷ୍ଠାନର ସହ ପ୍ରଧାନ ଆଚାର୍ଯ୍ୟା ଶୁଭଶ୍ରୀ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।
ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା


