କନ୍ଧମାଳ: ମୋ ନିୟୁଜ ଓଡିଶା ୧୫/୦୧/୨୦୨୫
କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କରିପୋର୍ଟ
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତଗୋଛାପଡା ପଞ୍ଚାୟତ ଠାରେ ନୂତନ ବ୍ଲକ ଗଠନ ଦାବିରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସରକାର ବଦଳିବା ପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀ ରାଜ୍ୟରେ ନୂତନ ବ୍ଲକ ଗଠନ ପାଇଁ ଆହ୍ବାନ ଦେଇଛନ୍ତି।୧୯୯୫,୨୦୧୦,୨୦୧୮ ମସିହା ମାନଙ୍କରେ କ୍ରମାଗତ ଭାବେ ଗୋଛାପଡା କୁ ବ୍ଲକ୍ ଘୋଷଣା କରିବାକୁ ଶାନ୍ତି ପୂର୍ଣ୍ଣ ଭାବେ ଏହି ଅଞ୍ଚଳ ବାସୀ ଦାବି ଜଣାଇ ଆସୁଛନ୍ତି। କନ୍ଧମାଳ ଜିଲ୍ଲା ର ଫିରିଙ୍ଗିଆ ବ୍ଲକ ହେଉଛି ଦ୍ବିତୀୟ ବୃହତ୍ତମ ବ୍ଲକ ଅଟେ।ଗୋଛାପଡା,ସଲାଗୁଡା, ପଲାବ୍ରୁଡି, କ୍ରାଣ୍ଡିବାଲି, ପକାରୀ, ବାଲନ୍ଧାପଡା, ଲୁଇସିଙ୍ଗି, ପାଇରାଜୁ, କୁଏରିମାଣ୍ଡୁ ଓ ପାଙ୍ଗା ପଞ୍ଚାୟତ ଏହି ଦଶ ଗୋଟି ପଞ୍ଚାୟତ ର କେନ୍ଦ୍ରସ୍ଥଳୀ ଗୋଛାପଡା ବ୍ଲକ ମାନ୍ୟତା ଦାବି ଜୋର୍ ଧରିଛି। ଗତକାଲି ସମାଜ ସେବୀ ଓ ଜିଲ୍ଲାର ଜଣାଶୁଣା କବି ଓ ବୁଦ୍ଧିଜୀବୀ ମୋହନ ଦିଗାଲଙ୍କ ଆହ୍ୱାନ କ୍ରମେ ଗୋଛାପଡା ସରପଞ୍ଚ ଯୁଗାନ୍ତ କହଁର,ସଲାଗୁଡା ସରପଞ୍ଚ ରୋହିତ କହଁର, ନେତା ବିଷ୍ଣୁ ଚରଣ ମଲିକ,ସମାଜ ସେବୀ କୃଷ୍ଣ ଚନ୍ଦ୍ର କହଁର ପୂର୍ବତନ ବିଧାୟକ ଅଙ୍ଗଦ କହଁର ଙ୍କ ସମେତ ଦଶ ଗୋଟି ପଞ୍ଚାୟତ ର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ଥିଲେ।ଏହି ଦଶ ଗୋଟି ପଞ୍ଚାୟତ ଫିରିଙ୍ଗିଆ ବ୍ଲକ ସଦର ମହକୁମା ଠାରୁ ୩୦କିମି ରୁ ୮୦କିମି ଦୂରରେ ଅବସ୍ଥିତ ହେତୁ ଗମନାଗମନ, ଏବଂ ସରକାରୀ ସେବା ଠିକ୍ ଭାବରେ ପାଇ ପାରୁନାହାନ୍ତି। ବ୍ଲକ ମାନ୍ୟତା ଦାବି ନେଇ ଆସନ୍ତା ୩୦ ତାରିଖଦିନ ଅତାର୍ଥ ଜାନୁଆରୀ ମାସ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ କନ୍ଧମାଳ ଜିଲ୍ଲା ପାଳ ଙ୍କ ନିକଟରେ ଦାବି ଜଣାଇ ବାକୁ ବୈଠକ ରେ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି।କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କରିପୋର୍ଟ


