କନ୍ଧମାଳ: ମୋ ନିୟୁଜ ଓଡିଶା ୧୫/୦୧/୨୦୨୫
କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କରିପୋର୍ଟ
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ଅନ୍ତର୍ଗତ କାଟିଙ୍ଗିଆ ପଞ୍ଚାୟତର ମିଞ୍ଜାପଙ୍କା ଅଞ୍ଚଳରେ ଥିବା ଅଞ୍ଚଳ ବାସୀ କାଟିଙ୍ଗିଆ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବା ଆସିବା ଦୁର ହେଉଥିବାରୁ ମିଞ୍ଜାପଙ୍କାରେ ଏକ ନୂତନ ପଞ୍ଚାୟତ ଗଠନ କରିବା ବୋଲି ଦାବି କରୁଛନ୍ତି I ସେ ଆଖ ପାଖ ଚଉଦ ଗୋଟି ଗ୍ରାମର ଲୋକେ ବର୍ଷା ଦିନରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବାର ପ୍ରକାଶ କରୁଛନ୍ତି I ସେହି ଚଉଦ ଗୋଟି ଗ୍ରାମ ଗୁଡ଼ିକ ହେଉଛି ହରଗୁଡ଼ା, ପଙ୍ଗୁଡ଼ା, ବରଗୁଡ଼ା, ସାଲବା,କୁଡୁପାଗାଡ଼ି, ବରଗୁଡ଼ା,ରାମ୍ବେଲି, କୁଟ୍ରୁକା, ରାଲ୍ଡିପଙ୍କା, ଝାଲବଇଡ଼ା,ବୁଡ଼ାରିପି, ଘରଭଇଡ଼ା,ବଡ଼ମହା, ମିଞ୍ଜାପଙ୍କା ଗ୍ରାମର ଶତାଧିକ ପୁରୁଷ ମହିଳା ଖୋଲା ପଡ଼ିଆରେ ଏକତ୍ରିତ ହୋଇ ଏକ ବୈଠକ କରିଥିଲେ I ସୂଚନା ଅନୁଯାୟୀ କାଟିଙ୍ଗିଆ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଏହି ଗ୍ରାମ ଗୁଡ଼ିକ କୋଡ଼ିଏ ରୁ ପଚିଶି କିଲୋମିଟର୍ ଦୁର ଦୁରନ୍ତରେ ଥିବା ହେତୁ ମିଞ୍ଜାପଙ୍କାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ଗଠନ ହେଲେ ଆମପାଇଁ ସୁବିଧା ହେବ ଆଉ ଆମେ ତ୍ରାହି ପାଇବା ବୋଲି ଆଲୋଚନା କରିଥିଲେ I ସେହିପରି ଏହି ଗ୍ରାମଗୁଡିକ ବ୍ଲକ୍ କାର୍ଯ୍ୟାଳୟର ସମସ୍ତ ସାହାଯ୍ୟ ସହାୟତା ରୁ ମଧ୍ୟ ବଞ୍ଚିତ ଅଟନ୍ତି I କୌଣସି ନେତା ମନ୍ତ୍ରୀ ସେହି ଗ୍ରାମ ଗୁଡିକରେ ବସ ବାସ କରି ଆସୁଥିବା ଲୋକଙ୍କ ପ୍ରତି କହାରବି ଦୃଷ୍ଟି ପଡ଼ୁନି କେବଳ ଭୋଟ ମାଗିବା ପାଇଁ ହିଁ ନେତା ମନ୍ତ୍ରୀ ମାନେ ସେହି ଗ୍ରାମଗୁଡିକ ପରିଦର୍ଶନ ପାଇଁ ଯିବେ କିନ୍ତୁ ଭୋଟ ସରିଲେ କେହି ଦେଖାଦେବେ ନାହିଁ I ଏଣୁ ମିଞ୍ଜାପଙ୍କାରେ ନୂତନ ପଞ୍ଚାୟତ ଗଠନ ନେଇ ମିଞ୍ଜାପଙ୍କା ଅଞ୍ଚଳ ବାସୀ ଲିଖିତ ଆକାରେ ମୁଖ୍ୟମନ୍ତ୍ରୀ ପଞ୍ଚାୟତରାଜ୍ ଜିଲ୍ଲାପାଳ କନ୍ଧମାଳ ଉପ ଜିଲ୍ଲପାଳ ବାଲିଗୁଡ଼ା ଦାରଙ୍ଗିବାଡ଼ି ବିଡିଓ ପ୍ରୀତିରଞ୍ଜନ ରଥଙ୍କୁ ଲିଖିତ ଭାବେ ଜଣାଇଥିବା କମିଟି ସଭାପତି ନରେନ୍ଦ୍ର ବେହେରା, ସମ୍ପାଦକ ଶରତ ମଲ୍ଲିକ, ଉପସଭାପତି କାମଦେବ ମଲ୍ଲିକ, ସୁକାନ୍ତ ମଲ୍ଲିକ, ଜ୍ୟୋତି ସେବାସୁନ୍ଦର ପ୍ରମୂଖ ସୂଚନା ଦେଇଛନ୍ତି I ଯଦି ମିଞ୍ଜାପଙ୍କାକୁ ନୂତନ ପଞ୍ଚାୟତ ଭାବେ ମାନ୍ୟତା ଦିଆନଯାଏ ତେବେ ଆଗାମୀ ଭୋଟ ସମୟରେ ନେତା ମନ୍ତ୍ରୀ ଭୋଟ ମାଗିବା ପାଇଁ ଆସିଲେ ସେମାନଙ୍କୁ ଗ୍ରାମକୁ ପ୍ରବେଶ ନ କରିବା ସହ ଭୋଟ ବର୍ଜନ କରିବୁ ବୋଲି ଅଞ୍ଚଳ ବାସୀ କହିଛନ୍ତି I କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କରିପୋର୍ଟ


