କନ୍ଧମାଳ ମୋ ନିୟୁଜ ଓଡିଶା :୧୫/୦୧/୨୦୨୫
କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କରିପୋର୍ଟ
ଚଳିତ ବର୍ଷ ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ଫୁଲବାଣୀ ବ୍ଲକର କେରେଡି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଧାନମଣ୍ଡି ଉଦଘାଟିତ ହୋଇଯାଇଛି। ଫୁଲବାଣୀ ସମବାୟ ବିଭାଗର ସହକାରୀ ପ୍ରବନ୍ଧକ ଲଳିତ କୁମାର ମାଝୀ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଫୁଲବାଣୀ ବୃହଦାକାର ବହୁମୁଖୀ ସେବା ସମବାୟ ସମିତି(ଲ୍ୟାମ୍ପସ)ର ପରିଚାଳନା ନିର୍ଦ୍ଦେଶକ ଭୀମସେନ ସାହୁ ଧାନମଣ୍ଡିରେ ଚାଷୀଙ୍କ ଠାରୁ ସୁଚାରୁରୂପେ ଧାନ କିଣିବାକୁ ସମସ୍ତ ଆୟୋଜନ କରିଥିଲେ।ଏହି ଅବସରରେ ଲ୍ୟାମ୍ପସର ନିର୍ଦ୍ଦେଶକ କେରେଡି ସରପଞ୍ଚ ଓ ବହୁ ଚାଷୀ ଭାଇ ଉପସ୍ଥିତ ଥିଲେ। ଚଳିତ ବର୍ଷ ସରକାର ଧାନ କୁଇଣ୍ଟାଲ ପ୍ରତି ୨୩୦୦ଟଙ୍କା ଓ ବୋନସ ଆକାରରେ ୮୦୦ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଥିବାରୁ ଚାଷୀମାନେ ଖୁସି ହେଉଥିବା ଦେଖାଯାଉଛି।ଯେଉଁ ଚାଷୀମାନଙ୍କୁ ଟୋକୋନ ପ୍ରଦାନ କରାଯାଇଛି ସେହି ଚାଷୀମାନଙ୍କ ଠାରେ ଲ୍ୟାମ୍ପସ ଜରିଆରେ ଧାନ କିଣିବା ବ୍ୟବସ୍ଥା କରାଯାଇଛି।କନ୍ଧମାଳ ଜିଲ୍ଲାରେ ଧାନ ସଂଗ୍ରହ କମ ହେଉଥିଲେ ମଧ୍ୟ ସମସ୍ତ ଚାଷୀ କିଭଳି ସୁରୁଖୁରୁରେ ଧାନ ବିକ୍ରି କରିବେ ସେଥିପାଇଁ ବିଭାଗ ପକ୍ଷରୁ ଦୃଷ୍ଟି ଦିଆଯାଇଛି।
କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କରିପୋର୍ଟ


