କନ୍ଧମାଳ:୧୫/୦୧/୨୦୨୫
କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କରିପୋର୍ଟ ମୋ ନିୟୁଜ ଓଡିଶା
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ଅନ୍ତର୍ଗତ କାଟିଙ୍ଗିଆ ପଞ୍ଚାୟତର ମିଞ୍ଜାପଙ୍କା ଅଞ୍ଚଳରେ ଥିବା ଅଞ୍ଚଳ ବାସୀ କାଟିଙ୍ଗିଆ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବା ଆସିବା ଦୁର ହେଉଥିବାରୁ ମିଞ୍ଜାପଙ୍କାରେ ଏକ ନୂତନ ପଞ୍ଚାୟତ ଗଠନ କରିବା ବୋଲି ଦାବି କରୁଛନ୍ତି I ସେ ଆଖ ପାଖ ଚଉଦ ଗୋଟି ଗ୍ରାମର ଲୋକେ ବର୍ଷା ଦିନରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବାର ପ୍ରକାଶ କରୁଛନ୍ତି I ସେହି ଚଉଦ ଗୋଟି ଗ୍ରାମ ଗୁଡ଼ିକ ହେଉଛି ହରଗୁଡ଼ା, ପଙ୍ଗୁଡ଼ା, ବରଗୁଡ଼ା, ସାଲବା,କୁଡୁପାଗାଡ଼ି, ବରଗୁଡ଼ା,ରାମ୍ବେଲି, କୁଟ୍ରୁକା, ରାଲ୍ଡିପଙ୍କା, ଝାଲବଇଡ଼ା,ବୁଡ଼ାରିପି, ଘରଭଇଡ଼ା,ବଡ଼ମହା, ମିଞ୍ଜାପଙ୍କା ଗ୍ରାମର ଶତାଧିକ ପୁରୁଷ ମହିଳା ଖୋଲା ପଡ଼ିଆରେ ଏକତ୍ରିତ ହୋଇ ଏକ ବୈଠକ କରିଥିଲେ I ସୂଚନା ଅନୁଯାୟୀ କାଟିଙ୍ଗିଆ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଏହି ଗ୍ରାମ ଗୁଡ଼ିକ କୋଡ଼ିଏ ରୁ ପଚିଶି କିଲୋମିଟର୍ ଦୁର ଦୁରନ୍ତରେ ଥିବା ହେତୁ ମିଞ୍ଜାପଙ୍କାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ଗଠନ ହେଲେ ଆମପାଇଁ ସୁବିଧା ହେବ ଆଉ ଆମେ ତ୍ରାହି ପାଇବା ବୋଲି ଆଲୋଚନା କରିଥିଲେ I ସେହିପରି ଏହି ଗ୍ରାମଗୁଡିକ ବ୍ଲକ୍ କାର୍ଯ୍ୟାଳୟର ସମସ୍ତ ସାହାଯ୍ୟ ସହାୟତା ରୁ ମଧ୍ୟ ବଞ୍ଚିତ ଅଟନ୍ତି I କୌଣସି ନେତା ମନ୍ତ୍ରୀ ସେହି ଗ୍ରାମ ଗୁଡିକରେ ବସ ବାସ କରି ଆସୁଥିବା ଲୋକଙ୍କ ପ୍ରତି କହାରବି ଦୃଷ୍ଟି ପଡ଼ୁନି କେବଳ ଭୋଟ ମାଗିବା ପାଇଁ ହିଁ ନେତା ମନ୍ତ୍ରୀ ମାନେ ସେହି ଗ୍ରାମଗୁଡିକ ପରିଦର୍ଶନ ପାଇଁ ଯିବେ କିନ୍ତୁ ଭୋଟ ସରିଲେ କେହି ଦେଖାଦେବେ ନାହିଁ I ଏଣୁ ମିଞ୍ଜାପଙ୍କାରେ ନୂତନ ପଞ୍ଚାୟତ ଗଠନ ନେଇ ମିଞ୍ଜାପଙ୍କା ଅଞ୍ଚଳ ବାସୀ ଲିଖିତ ଆକାରେ ମୁଖ୍ୟମନ୍ତ୍ରୀ ପଞ୍ଚାୟତରାଜ୍ ଜିଲ୍ଲାପାଳ କନ୍ଧମାଳ ଉପ ଜିଲ୍ଲପାଳ ବାଲିଗୁଡ଼ା ଦାରଙ୍ଗିବାଡ଼ି ବିଡିଓ ପ୍ରୀତିରଞ୍ଜନ ରଥଙ୍କୁ ଲିଖିତ ଭାବେ ଜଣାଇଥିବା କମିଟି ସଭାପତି ନରେନ୍ଦ୍ର ବେହେରା, ସମ୍ପାଦକ ଶରତ ମଲ୍ଲିକ, ଉପସଭାପତି କାମଦେବ ମଲ୍ଲିକ, ସୁକାନ୍ତ ମଲ୍ଲିକ, ଜ୍ୟୋତି ସେବାସୁନ୍ଦର ପ୍ରମୂଖ ସୂଚନା ଦେଇଛନ୍ତି I ଯଦି ମିଞ୍ଜାପଙ୍କାକୁ ନୂତନ ପଞ୍ଚାୟତ ଭାବେ ମାନ୍ୟତା ଦିଆନଯାଏ ତେବେ ଆଗାମୀ ଭୋଟ ସମୟରେ ନେତା ମନ୍ତ୍ରୀ ଭୋଟ ମାଗିବା ପାଇଁ ଆସିଲେ ସେମାନଙ୍କୁ ଗ୍ରାମକୁ ପ୍ରବେଶ ନ କରିବା ସହ ଭୋଟ ବର୍ଜନ କରିବୁ ବୋଲି ଅଞ୍ଚଳ ବାସୀ କହିଛନ୍ତି I କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କରିପୋର୍ଟ
[1/15, 9:49 PM] Mrutunjaya Kandhamal Digal: କନ୍ଧମାଳ ଜିଲ୍ଲା ଅଙ୍ଗନବାଡି ସଂଘର ଜିଲା କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ।
କନ୍ଧମାଳ:୧୫/୦୧/୨୦୨୫
କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କରିପୋର୍ଟ
ଅଲ ଓଡିଶା ଅଙ୍ଗନବାଡି ଲେଡିଜ ୱ।ର୍କରର୍ସ ଆସୋସିଏସନ କନ୍ଧମାଳ ଜିଲ୍ଲା ଶାଖାର କାର୍ଯ୍ୟକାରୀ କମିଟି ବୈଠକ ଫୁଲବାଣୀ ସଂସ୍କୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛି।ଭାରତୀୟ ମଜଦୂର ସଂଘର ଜିଲା ସଭାପତି ଅଶୋକ ପରିଡା ଯୋଗଦେଇ ସଂଘର ନିତୀ ଆଦର୍ଶ ଅନୁସାରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇ ସଂଘବଦ୍ଧ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।ଜିଲା ଅଙ୍ଗନବାଡି କର୍ମଚାରୀ ସଂଘର ସଭାନେତ୍ରୀ ଶର୍ମିଷ୍ଠା ନାୟକ ସମ୍ପାଦିକା ସାରଦା ପରିଛାଙ୍କ ସମେତ ବିଭିନ୍ନ ବ୍ଲକର ସଭାନେତ୍ରୀ ଓ ସଂମ୍ପାଦିକାମାନେ ଯୋଗ ଦେଇ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।ରାଜ୍ୟ ସଂଘର ଡାକରାରେ ଜିଲା ଓ ବ୍ଲକ ଅଧିକାରୀଙ୍କୁ ଅବଗତ କରାଇ ଗତ ମାସ ୧୬ ତାରିଖରେ କର୍ମୀମାନେ ଆନ୍ଦୋଳନକୁ ଯାଇଥିବା ବେଳେ ବାଲିଗୁଡା ସେକ୍ଟରର ସୁପର ଭାଇଜର ରାଜକୁମାରୀ ପାତ୍ର ସହାୟିକାମାନଙ୍କୁ ଧମକ ଦେଇ କେନ୍ଦ୍ର ଖୋଲାଇଥିବା ବେଳେ ବହୁତ କର୍ମୀଙ୍କୁ ଅସମ୍ମାନ କରୁଥିବା ଅଭିଯୋଗ ହୋଇଥିଲା।ଏହା ବ୍ୟତୀତ ଉକ୍ତ ସୁପରଭାଇଜର ବିଭିନ୍ନ କେନ୍ଦ୍ରର କର୍ମିମାନଙ୍କୁ ହଇରାଣ କରୁଥିବା ଅଭିଯୋଗ ଜିଲା ସମାଜ ମଙ୍ଗଳ ଅଧିକାରୀ, ବ୍ଲକ ଶିଶୁ ବିକାଶ ଅଧିକାରୀ,ବାଲିଗୁଡା ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଲିଖିତ ଭାବେ ଦେଇଥିବା ସୁଚନା ଦେଇଥିଲେ।ଉକ୍ତ ସୁପର ଭାଇଜରଙ୍କୁ ତୁରନ୍ତ ବଦଳି କରିବାକୁ ଦାବୀ ପତ୍ରରେ ଉଲ୍ଲେଖ ରହିଛି, ନୋଚେତ ଆନ୍ଦୋଳନକୁ ଓହ୍ଲାଇ ବାକୁ ବାଧ୍ୟ ହେବେ ବୋଲି କୁହାଯାଇଛି।ବଜାରରେ ଅଣ୍ଡାଦର ବୃଦ୍ଧି ଓ ଖାଦ୍ୟ ସାମଗ୍ରୀଦର ବୃଦ୍ଧି ନେଇ ରନ୍ଧା ଖାଦ୍ୟ ଦେବା କଷ୍ଟକର ନେଇ ଉଦବେଗ ପ୍ରକାଶ କରିଥିଲେ।ବର୍ଷ ବର୍ଷ ଧରି ଅବସର ପରେ ମଧ୍ୟ ଅବସର କାଳୀନ ଅର୍ଥ ପ୍ରଦାନ କରାଯାଉନଥିବା ବେଳେ ,ଚାକିରୀ ସମୟ ୬୦ବର୍ଷ ରୁ ୬୨ବର୍ଷ ବୃଦ୍ଧି କ୍ଷେତ୍ରରେ କେତେକ ଉଚ୍ଚପଦସ୍ତ ଅଧିକାରୀ ହଇରାଣ କରୁଥିବା ଆଲୋଚନା ହୋଇଥିଲା।ଏ ସମ୍ପର୍କରେ ରାଜ୍ୟ ବିଏମ ଏସ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବାକୁ ଜିଲା ସଭାପତି ଶ୍ରୀ ପରିଡା ସୂଚନା ଦେଇଥିଲେ।
କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କରିପୋର୍ଟ


