ଭାରତୀୟ ଜନତା ମହିଳା କର୍ମୀ ସଂଗଠନ ର ଉଦଘାଟନ


(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବ୍ରହ୍ମପୁର :ମୋ ନିୟୁଜ ଓଡିଶା ଗଞ୍ଜାମ କଳା ପରିଷଦ ଠାରେ ଭାରତୀୟ ଜନତା ଦଳ ର ବରିଷ୍ଠ ନେତ୍ରୀ ଅନୁଯା ନନ୍ଦ ବିଶ୍ୱାଳ ଙ୍କ ନେତୃତ୍ୱରେ ଏକ ଭାରତୀୟ ଜନତା ମହିଳା କର୍ମୀ ସଂଗଠନ ର ଉଦଘାଟନ ହୋଇଯାଇଛି l ଏହି କାର୍ଯ୍ୟକ୍ରମ କୁ ପ୍ରେମସିଲା ନନ୍ଦ, ମୋନିକା ପ୍ରହରାଜ, ଉଷାରାଣୀ ମହାପାତ୍ର, ଗୀତା ଦାଶ, ରିନା ମହାରଣା, ରଂଜିତା ଡାକୁଆ ପ୍ରମୁଖ ବରିଷ୍ଠ ନେତ୍ରୀମାନେ ମିଳିତ ଭାବରେ ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ l ଏହି ସଂଗଠନ ର ପ୍ରମୁଖ କାର୍ଯ୍ୟ ହେବ  ନରେନ୍ଦ୍ର ମୋଦିଜୀଙ୍କର ସମସ୍ତ ଯୋଜନା ମାନଙ୍କୁ ଲୋକଙ୍କ ପାଖରେ ପଂହଁଚେଇବା l ଏବଂ ଆସନ୍ତା ନିର୍ବାଚନ କୁ ଆଖିଆଗରେ ରଖି ଏହି ମହିଳା ସଂଗଠନ କୁ ଆହୁରି ଅଧିକାର ମଜବୁତ କରିବା ପାଇଁ ଏହି ସଂଗଠନ ତିଆରି କରାଯାଇଛି ବୋଲି ଅନୁଯା ନନ୍ଦ ବିଶ୍ୱାଳ କହିଛନ୍ତି l

Post a Comment

Previous Post Next Post