ସର୍ଦାର ବଲ୍ଲଭଭାଇ ପଟେଲ ସାହିତ୍ୟ ସଂସଦ ବ୍ରହ୍ମପୁର' ର ମାସିକ ସାହିତ୍ୟ ଆସର ଅନୁଷ୍ଠିତ

(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବ୍ରହ୍ମପୁର :ମୋ ନିୟୁଜ ଓଡିଶା ସର୍ଦାର ବଲ୍ଲଭଭାଇ ପଟେଲ ସାହିତ୍ୟ ସଂସଦ, ବ୍ରହ୍ମପୁର' ର ମାସିକ ସାହିତ୍ୟ ଆସର ବ୍ରହ୍ମପୁର ସ୍ଥିତ 'ଉତ୍କଳ ଆଶ୍ରମ' ଠାରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ କବି, ଗାଳ୍ପିକ, ନାଟ୍ୟକାର ତଥା ମଞ୍ଚ ନିର୍ଦ୍ଦେଶକ ଇଂ. ଆଶୁତୋଷ ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଆସରକୁ ସଂସଦର ସାଧାରଣ ସଂପାଦକ  ଆଇନଜୀବୀ (ଇଂ) ବିଜୟ ଚନ୍ଦ୍ର ମିଶ୍ର  ସଞ୍ଚାଳନ କରିଥିଲେ।‌ ବ୍ରହ୍ମପୁର ଅଞ୍ଚଳର ପ୍ରାୟ ୩୦ ଜଣ କବି ଓ ଗାଳ୍ପିକ ଏହି ସାହିତ୍ଯ ଆସରରେ ସ୍ୱରଚିତ ମନଛୁଁଆ ସାହିତ୍ୟ କୃତି ପଠନ କରିଥିଲେ । ସଭାପତି ଇଂ. ଆଶୁତୋଷ ପାତ୍ର ଓ ଉପ-ସଭାପତି ବଂଶୀଧର ସେଠୀ ନିଜର ନିଜର ମୂଲ୍ୟବାନ ବକ୍ତବ୍ଯ ରଖିଥିଲେ । ବରିଷ୍ଠ କବି,  ଗାଳ୍ପିକା ତଥା ପ୍ରାବନ୍ଧିକା  ଅମିତା ମିଶ୍ର( ଦାଶ) ଓ ନବାଗତା ଯୁବା କବୟିତ୍ରୀ ସୁଶ୍ରୀ ନନ୍ଦିନୀ ମହାରଣା ଅତି ସୁନ୍ଦର କବିତା ସଂଯୋଜନା କରିଥିଲେ । ଏହି ଆସରରେ ସଂସଦର ସାଧାରଣ ସଂପାଦକ ଆଇନଜୀବୀ (ଇଂ) ବିଜୟ ଚନ୍ଦ୍ର ମିଶ୍ର, ବରିଷ୍ଠ କବି  ବଂଶୀଧର ସେଠୀଙ୍କ ମଧ୍ୟଯୁଗୀୟ ଶୈଳୀ ସଂପନ୍ନ ନୂତନ କବିତା ସଂକଳନ "ପ୍ରୀତି ସମ୍ବୋଧିନୀ" ର ସଂକ୍ଷିପ୍ତ ସମୀକ୍ଷା କରିଥିଲେ, ଏବଂ ଆସରରେ ଉପସ୍ଥିତ ସମସ୍ତ ସାହିତ୍ଯ ସାଧକ ଓ ସାଧିକାଙ୍କୁ କବିତା ସଂକଳନ ବିତରଣ କରାଯାଇଥିଲା ।  ବରିଷ୍ଠ କବି  ବି. ସତ୍ୟମ୍ ଆଚାରୀ ନିଜର ସୁଲଳିତ ପ୍ରାରମ୍ଭିକ ଭଜନ ପରିବେଷଣ କରି ସମସ୍ତଙ୍କୁ ଆହ୍ଲାଦିତ କରିଥିଲେ।  ବରିଷ୍ଠ କବୟିତ୍ରୀ ରଞ୍ଜିତା ରାଣୀ ଦାଶ, ଭଞ୍ଜ ସଂଗୀତ, ଡ. ଲକ୍ଷ୍ମୀଆମ୍ମା  ନନ୍ଦଡା, ବଳରାମ ଦାଶଙ୍କ ଭଜନ ଏବଂ  ଅମିତା ମିଶ୍ର ଅତି ମଧୁର ଓ ସୁଲଳିତ ସଂଗୀତ ପରିବେଷଣ କରି ଏହି ଆସରକୁ ସଙ୍ଗୀତମୁଖର ଓ ଉଲ୍ଲାସମୟ କରିଥିଲେ ।

Post a Comment

Previous Post Next Post