ଅର୍ବାନ୍ ବ୍ୟାଙ୍କ ସଭାପତି, ପୂର୍ବତନ କର୍ପୋରେଟର ତଥା ସମାଜସେବୀ ଆର୍, ମୁରଲୀ ମୋହନଙ୍କ ଜନ୍ମଦିନ ଅବସରରେ ମେଗା ରକ୍ତଦାନ ଶିବିର


(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବ୍ରହ୍ମପୁର ମୋ ନିୟୁଜ ଓଡିଶା : ତୁଳସୀ ନଗର ଏକ ଉତ୍ସବର ଦିନ ଯାହା କି ଅର୍ବାନ୍ ବ୍ୟାଙ୍କ ସଭାପତି, ପୂର୍ବତନ କର୍ପୋରେଟର ତଥା ସମାଜସେବୀ ଆର୍, ମୁରଲୀ ମୋହନ ଜନ୍ମଦିନ ଅବସରରେ ମେଗା ରକ୍ତଦାନ ଶିବିର ସହ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଓ ଔଷଧ ବଣ୍ଟନ କରି ଉଦାହରଣ ସୃଷ୍ଟି କରିଛନ୍ତି। ଗତ ୧୪ ବର୍ଷ ଧରି ଜନ୍ମଦିନରେ ଏଭଳି ମହତ୍ କାର୍ଯ୍ୟ କରିଆସୁଥିବା ବେଳେ ଚଳିତ ବର୍ଷ ମେଗା ରକ୍ତଦାନ ଶିବିରର ଆୟୋଜନ କରିଥିଲେ। ରାଧାକୃଷ୍ଣ ବଣିକ ସ

ନିଜ ଜନ୍ମଦିନକୁ ନିଆରା ଢ଼ଙ୍ଗରେ ପାଳନ କରିଛନ୍ତି ଅର୍ବାନ୍ ବ୍ୟାଙ୍କ ସଭାପତି, ପୂର୍ବତନ କର୍ପୋରେଟର ତଥା ସମାଜସେବୀ ଆର୍, ମୁରଲୀ ମୋହନ ଜନ୍ମଦିନ ଅବସରରେ ମେଗା ରକ୍ତଦାନ ଶିବିର ସହ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଓ ଔଷଧ ବଣ୍ଟନ କରି ଉଦାହରଣ ସୃଷ୍ଟି କରିଛନ୍ତି। ଗତ ୧୪ ବର୍ଷ ଧରି ଜନ୍ମଦିନରେ ଏଭଳି ମହତ୍ କାର୍ଯ୍ୟ କରିଆସୁଥିବା ବେଳେ ଚଳିତ ବର୍ଷ ମେଗା ରକ୍ତଦାନ ଶିବିରର ଆୟୋଜନ କରିଥିଲେ। ରାଧାକୃଷ୍ଣ ବଣିକ ସଂଘ, ଫ୍ରେଣ୍ଡସ୍ ଫର୍ ଏଭର୍ ଗ୍ରୁପ ଓ ଶଙ୍କର ନେତ୍ରାଳୟର ମିଳିତ ଆନୁକୂଲ୍ୟରେ ତୁଳସୀ ନଗର ମେଇନ୍ ରୋଡ ଠାରେ ମେଗା ରକ୍ତଦାନ ସହ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଓ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ମହାନଗର ନିଗମ କମିଶନର ଭବାନୀ କାନ୍ତ ମିଶ୍ର, ସମ୍ମାନିତ ଅତିଥି ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ମୂରଲୀଙ୍କ ମା ଆର୍ ସାବିତ୍ରୀ, ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ. ବିବେକ ରେଡ୍ଡୀ,ସମାଜସେବୀ ଅରକ୍ଷିତ ଜେନା, ବରିଷ୍ଠ ନେତା ଯୋଗ ଦେଇ ରକ୍ତଦାନ ଶିବରର ଶୁଭାରମ୍ଭ କରିଥିଲେ। ରକ୍ତଦାନ ଶିବିରରେ ମୋଟ ୩୫୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ବେଳେ ମୋଟ ୯୦ ଜଣ ଙ୍କର ଚକ୍ଷୁ ପରୀକ୍ଷା କରଗଲା। ମୋଟ ୧୬ ଙ୍କୁ ଚଷମା ଦେବା ସହ ମୋଟ ୧୫ ଜଣ ଙ୍କୁ ମୋତିଆବିନ୍ଦୁ ଚିହ୍ନଟ କରାଗଲା  ଓ ୮ ଜଣ ଙ୍କୁ ଅସ୍ତ୍ର ପଚାର ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା  ହସ୍ପିଟାଲ୍ କୁ ପଠାଗଲ। ୧୯ ଜଣ ଙ୍କର ରେଟିନା ଚିକିତ୍ସିତ କରାଯାଇଛି।ଏହାଛଡ଼ା ୧୫ନଂ ୱାର୍ଡ଼ ସମେତ ଆଖପାଖ ଅଞ୍ଚଳର ୫୦୦ରୁ ଊର୍ଦ୍ଧ୍ବ ଲୋକଙ୍କ ହୃଦ୍‌ରୋଗ, ସ୍ନାୟୁ ରୋଗ, ଅସ୍ଥି ଶଲ୍ୟ, ମଧୁମେହ, ରକ୍ତଚାପ ପରୀକ୍ଷା କରାଯାଇ ଔଷଧ ବଣ୍ଟନ କରାଯାଇଥିଲା। ଏଭଳି ଏକ ମହତ୍ କାର୍ଯ୍ୟ ପାଇଁ ମୁରଲୀଙ୍କୁ ଅତିଥିମାନେ ପ୍ରଶଂସା କରିବା ସହ ରକ୍ତଦାତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଅର୍ବାନ୍ ବ୍ୟାଙ୍କ ସଭାପତି ମୁରଲୀ ସମସ୍ତଙ୍କ ଭଲପାଇବା ଓ ଭଗବାନଙ୍କ କୃପାରୁ ଏହା ସମ୍ଭବ ହୋଇପାରିଛି ବୋଲି କହିଥିଲେ କାର୍ଯ୍ୟକ୍ରମରେ ରାଧାକୃଷ୍ଣ ବଣିକ ସଂଘର କର୍ମକର୍ତ୍ତା ମନୋଜ କୁମାର ସାହୁ, ତିରୁପତି ସୁବୁଦ୍ଧି, ସତ୍ୟନାରାୟଣ ପାତ୍ର, ଶ୍ରୀକାନ୍ତ ପାଣିଗ୍ରାହୀ, ସୁବାସ ପାତ୍ର, ପଞ୍ଚାନନ ରାଉତ, ସନ୍ତୋଷ କୁମାର, ଅହମ୍ମଦ, ରମେଶ ନାୟକ, ମନୋରଞ୍ଜନ ପଟ୍ଟନାୟକ, ସରୋଜ ଦାସ, ସୁଶୀଳ ସେନାପତି, ଅଭିନ ସୁନ୍ଦର ବେହେରା,କୃପାସିନ୍ଧୁ ପାଢ଼ୀ,କାଳୀଚରଣ ତ୍ରିପାଠୀ, ବାବୁ ପଟ୍ଟନାୟକ, ବାବୁଜୀ ସାହୁ, ରାଜୁ ବେହେରା,ବଦ୍ରି ପଣ୍ଡା, ଗିରିଜା ହୋତା ସହଯୋଗ କରିଥିଲେ। ମହାନଗର ନିଗମର ବହୁ କର୍ପୋରେଟର ତିରୁପତି ପାତ୍ର, ଟୁନା ପଟ୍ଟନାୟକ, ଟି କିଶୋର, ବନିତା ସାହୁ, ରଞ୍ଜିତା ବେହେରା,  ଯୋଗଦାନ କରି ମୁରଲୀ ଭାଇଙ୍କୁ ଶୁଭେଚ୍ଛା ଜଣାଇଥିଲେ। ବରିଷ୍ଠ ବିଜେପି ନେତା ଟି ଗୋପୀ, ପୀତବାସ ପଣ୍ଡା, ଚନ୍ଦ୍ର ଶେଖର ଗୌଡ଼ (ବାବୁ), ଡାଲିରାଜୁ, ଦେବ ମହାରଣା,ଶଙ୍କର ସାହୁ ଯୋଗଦାନ କରିଥିଲେ। ଯୁବ ନେତା ମହେଶ ତ୍ରିପାଠୀ, ମୁକୁନ୍ଦ ଗୌଡ଼, ଆର୍ କ୍ରିଷ୍ଣା ରେଡ୍ଡି, ଟୁନା ମହାରଣା, ଅଭିନ ସୁନ୍ଦର ବେହେରା, ପ୍ରମୁଖ ଉପସ୍ଥିତ ଥିଲେ ।

Post a Comment

Previous Post Next Post