ବ୍ରହ୍ମପୁର ସିଟି ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ ତ‌ଥା ବାର୍ଷିକ ଉତ୍ସବ ପାଳିତ


(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବ୍ରହ୍ମପୁର ମୋ ନିୟୁଜ ଓଡିଶା : ସ୍ଥାନୀୟ ବ୍ରହ୍ମପୁର ସିଟି ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ ତଥା ବାର୍ଷିକ ଉତ୍ସବ ଅଧ୍ଯକ୍ଷା ଡ.ଅନୀତା କୁମାରୀ ପଣ୍ଡାଙ୍କ ସଭାପତିତ୍ୱରେ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ବ୍ରହ୍ମପୁର ଆଂଚଳିକ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଡ. ସିଦ୍ଧାର୍ଥ ଶଙ୍କର ପାଢୀ ଯୋଗଦାନ କରିଥିଲେ । ମୁଖ୍ୟ ବକ୍ତାରୂପେ ବ୍ରହ୍ମପୁର କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଶିବପ୍ରୀୟ ଦାସ ଏବଂ ସମ୍ମାନୀତ ଅତିଥି ଭାବେ ବ୍ରହ୍ମପୁର ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଉପନିଦ୍ଦେର୍ଶକ ସୁଶାନ୍ତ ଦାସ ମଂଚାସୀନ ଥିଲେ । ଏହି ଅବସରରେ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକାମାନେ ସଭାକାର୍ଯ୍ୟ ମଣ୍ଡନ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିଥିଙ୍କ ଦ୍ବାରା ଜଗନ୍ନାଥଙ୍କୁ ପୁଷ୍ପମାଲ୍ୟ ପ୍ରଦାନ ଓ ପ୍ରଦୀପ ପ୍ରଜ୍ଜ୍ଵଳନ ପରେ ଅଧ୍ୟାପକ  ସୁଦାମ ଚରଣ ବିଷୋୟୀ ଏବଂ ଅଧ୍ୟାପିକା ମଧୁସ୍ମିତା ପଟ୍ଟନାୟକଙ୍କ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ ।

ଏହି ଉତ୍ସବର ପ୍ରାରମ୍ଭରେ ଅଧ୍ଯକ୍ଷା ମହାଶୟା ମହାବିଦ୍ୟାଳୟର ବିବରଣୀ ପଠନ କଲାପରେ ମୁଖ୍ୟ ବକ୍ତା ଶିବପ୍ରିୟ ଦାସ ନିଜର ଉଦ୍‌ବୋଧନରେ ବିକଶିତ ଭାରତ-୨୦୪୭ ବିଷୟରେ ଭାରତର ବିକାଶ ସମ୍ପର୍କରେ ଏବଂ ଭାରତୀୟ ଯୁବସମାଜର କର୍ତବ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସେହିପରି ସମ୍ମାନୀତ ଅତିଥି ସିଦ୍ଧାର୍ଥ ଶଙ୍କର ପାଢୀ ସାର୍ ଓଡିଶାର ଗୌରବ ଓ ବିଶ୍ଵ ଦରବାରରେ ଓଡିଶାବାସୀଙ୍କର ଆତ୍ମୀୟତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟତମ ମୁଖ୍ୟ ଅତିଥି ଡ.ସୁଶାନ୍ତ ଦାସ ନୂତନ ଶିକ୍ଷାନୀତିର ମାନ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧିତ କରିଥିଲେ । ପୂର୍ବତନ ଅଧ୍ୟକ୍ଷ ଡ.ଜ୍ୟୋତିନ୍ଦ୍ର କୁମାର ଦାସ ଛାତ୍ରଛାତ୍ରୀମାନଙ୍କୁ ମହାବିଦ୍ୟାଳୟର ଅତୀତ ଗୌରବ ସମ୍ପର୍କରେ ଅବଗତ କରାଇଥିଲେ ।ଏହି ଅବସରରେ ବାର୍ଷୀକ କ୍ରୀଡା ପ୍ରତିଯୋଗିତାରେ ଏବଂ ସମସ୍ତ ବିଭାଗରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରମାଣ ପତ୍ର ସହ ପୁରଷ୍କୃତ କରାଯାଇଥିଲା । ଶିକ୍ଷାର୍ଥୀମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏଥିରେ ମୁଖ୍ୟ ଆକର୍ଷଣ ଥିଲେ କୁନି ପ୍ରତିଭା ଶିବାଙ୍ଗୀ ପ୍ରଧାନ(ମାଙ୍କେ) ଓ ତାଙ୍କ ସହଯୋଗୀ ଆରୁଷି ସେଠି (ରାଧିକା) ଦୁହେଁ ନୃତ୍ୟ ପରିବେଷଣ କରି ଛାତ୍ରଛାତ୍ରୀମାନଙ୍କୁ ଆକର୍ଷିତ କରିଥିଲେ । ଏହି ଉତ୍ସବରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଛାତ୍ରଛାତ୍ରୀ ତଥା ଗଣମାଧ୍ୟମର କର୍ମକର୍ତା ଉପସ୍ଥିତ ରହିଥିଲେ । ଅଧ୍ୟାପିକା ଡ.ମିନତୀ ସାହୁ ସଭାକାର୍ଯ୍ୟ ସଂଯୋଜନା କରିଥିବା ସ୍ଥଳେ ଅଧ୍ୟାପିକା ଡ.ମନିଷା ପଟ୍ଟନାୟକ ପରିଚାଳନା କରିଥିଲେ ଏବଂ ଅଧ୍ୟାପକ ଲେଫନାନ୍ତି ମେଘନାଦ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

Previous Post Next Post