କେନ୍ଦ୍ରୀୟ ବିଦ୍ୟାଳୟଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ ଙ୍କ ଶୈକ୍ଷିକ ଭ୍ରମଣ।

ମାଲକାନଗିରି   ମୋ ନିୟୁଜ ଓଡିଶା ତା ୨୪/୦୧ ମୋ ନ୍ୟୁଜ ଓଡିଶା (ସତ୍ୟ ନାରାୟଣ ଦାଶ) ଆଜି କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ଶୈକ୍ଷିକ ଭ୍ରମଣ ରେ  ସ୍ଥାନୀୟ ସରକାରୀ ବହୁବୃତ୍ତି ଅନୁଷ୍ଠାନ , ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ପରିଦର୍ଶନ କରିଥିଲେ l ବିଦ୍ୟାଳୟ ର ଷଷ୍ଠ ଏବଂ ସପ୍ତମ ଶ୍ରେଣୀ ର 58 ଜଣ ଛାତ୍ରଛାତ୍ରୀ ଦୁଇଟି ମହାବିଦ୍ୟାଳୟର ବିଭିନ୍ନ ବିଭାଗ ବୁଲିଥିଲେ l ଅଧ୍ୟାପକ ମାନେ ବିଭିନ୍ନ ବୃତ୍ତିଗତ ପାଠ୍ୟ ବିଷୟରେ ଏବଂ ବିଭିନ୍ନ  ପ୍ରକାର ଯନ୍ତ୍ରପାତି କିପରି ଭାବେ କାମ କରେ ସେ ବିଷୟରେ ଛାତ୍ରଛାତ୍ରୀ ଙ୍କୁ ବୁଝାଇଥିଲେ l ଏହି ଅନୁଷ୍ଠାନ ମାନଙ୍କରେ ଶିକ୍ଷା ସମାପ୍ତି ପରେ ସରକାରୀ ଏବଂ ବେସରକାରୀ ସଂସ୍ଥା ରେ କର୍ମସଂସ୍ଥାନ ଏବଂ ସ୍ଵରୋଜଗାର ର ବିପୁଳ ଅବସର ରହିଛି l ସରକାରୀ ବହୁବୃତ୍ତି ଅନୁଷ୍ଠାନ ଏବଂ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ର ଅଧ୍ୟକ୍ଷ ଏହି ଭ୍ରମଣରେ ବିଶେଷ ସହଯୋଗ କରିଥିଲେ l ବିଦ୍ୟାଳୟ ର ଶିକ୍ଷକ ଭି. ଅଶୋକ କୁମାର, ରଂଜିତ କୁମାର ପାତ୍ର, ଅରବିନ୍ଦ କୁମାର ସେଠ୍ ଏବଂ ଶିକ୍ଷୟିତ୍ରୀ କବିତା ଭାରତୀ ଙ୍କ ତତ୍ତ୍ଵବାଧାନରେ ଏହି ଶୈକ୍ଷିକ ଭ୍ରମଣ ହୋଇଥିଲା l ସୂଚନା ଯୋଗ୍ୟ ଯେ ଏହି ଭ୍ରମଣ ପିଏମଶ୍ରୀ ଯୋଜନା ର ଅଂଶବିଶେଷ ଅଟେ l

Post a Comment

Previous Post Next Post