ରାଧାକୃଷ୍ଣ ପାଠାଗାରରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ

 


ଭଞ୍ଜନଗର  ମୋ ନିୟୁଜ ଓଡିଶା : ରାଧାକୃଷ୍ଣ ପାଠାଗାର ତରଫରୁ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନ କରାଯାଇଛି। ଇତ୍ୟବସରରେ ମହାନ ସ୍ୱାଧୀନତା ସଂଗ୍ରାମ ଦ୍ୱୟଙ୍କ "ଜୟନ୍ତୀ ପାଳନର ପ୍ରାସଙ୍ଗିକତା’ ଭିତ୍ତିକ ଏକ ଆଲୋଚନା ସଭା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ନିରଞ୍ଜନ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଆଇନଜୀବୀ ବୈଦ୍ୟନାଥ ସାହୁ ମୁଖ୍ୟ ଅତିଥି, କବି ପ୍ରଶାନ୍ତ ମହାନ୍ତି ସମ୍ମାନୀତ ଅତିଥି ଓ ପ୍ରାକ୍ତନ ଅଧ୍ୟକ୍ଷ ଡ. ସନ୍ତୋଷ କୁମାର ଆପଟ ମୁଖ୍ୟ ବକ୍ତା ରୂପେ ମଞ୍ଚାସିନ ଥିଲେ। ସଶସ୍ତ୍ର ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଓ ନେତାଜୀଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଅତିଥିମାନେ ମହାନାୟକ ଦ୍ୱୟଙ୍କ ସଶସ୍ତ୍ର ସଂଗ୍ରାମ ସମ୍ପର୍କରେ ବିସ୍ତୃତ ବର୍ଣ୍ଣନା କରି କହିଥିଲେ ଯେ ବୀର ସୁରେନ୍ଦ୍ର ସାଏ ଉପନିବେଶବାଦୀ ଇଂରେଜ ବିରୁଦ୍ଧରେ ଲଢ଼ି ନିଜର ପରିବାର ଓ ଆତ୍ମୀୟ ସ୍ୱଜନଙ୍କ ସହିତ ପ୍ରାଣ ବଳି ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆମ୍ବେଦକରବାଦୀ ଦଳିତ ପ୍ରତିନିଧି ସିମନାଥ ନାୟକ, ଆଇନଜୀବୀ ଅଭିମନ୍ୟୁ ଗୌଡ଼, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପଦ୍ମ ଚରଣ ପ୍ରଧାନ, ବନମାଳୀ ଲେଙ୍କା, ନେତାଜୀ ବିଷୋୟୀ, ସଂଗୀତ ଗୁରୁ ଅଶୋକ କୁମାର ମହାପାତ୍ର ଆଲୋଚନାରେ ଅଂଶଗ୍ରହଣ କରି ବର୍ତ୍ତମାନ ସମାଜରେ ଦେଖାଦେଇଥିବା ଅନ୍ୟାୟ, ସାମାଜିକ ଭେଦ ଭାବ, ଆର୍ôଥକ ଅସାମନତା, ସାମ୍ପ୍ରଦାୟିକ ବିଦ୍ୱେଷ ଭାବ, ଅତ୍ୟଧିକ ଟ୍ୟାକ୍ସ ଜନସାଧାରଣ ଠାରୁ ଆଦାୟ, ସମ୍ବିଧାନ ପ୍ରଣୀତ ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ଆକ୍ରମଣ, ଫାସିବାଦୀ, ମନୁବାଦୀ ଓ କର୍ପୋରେଟ ତୋଷଣ ନୀତି ବିରୁଦ୍ଧରେ ସଚେତନ ହୋଇ ଛାତ୍ର ଓ ଯୁବଶକ୍ତ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ର, ଶିକ୍ଷକ ଓ ଗ୍ରାମବାସୀ ଉପସ୍ଥିତ ଥିଲେ। ଅନୁଷ୍ଠାନର ସମ୍ପାଦକ ଭଞ୍ଜ କିଶୋର ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post