ମାଲକାନଗିରି ମୋ ନିୟୁଜ ଓଡିଶା ତା ୨୩/୦୧ ମୋ ନ୍ୟୁଜ ଓଡିଶା (ସତ୍ୟ ନାରାୟଣ ଦାଶ) ଆଜି ମାଲକାନଗିରି କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ବିଦ୍ୟାଳୟ ଅଧ୍ୟକ୍ଷ ଡ଼ କୈଳାଶ ମୀନାଙ୍କ ଅଧ୍ୟକ୍ଷତା ରେ "ଭାରତ ହେଁ ହମ"ପ୍ରଶ୍ନୋତ୍ତରୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ ଜନ୍ମ ଜୟନ୍ତୀ ଏବଂ ପରାକ୍ରମ ଦିବସ ଉପଲକ୍ଷେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଅଧ୍ୟାପକ ଡ଼ ରଞ୍ଜନ କୁମାର ସ୍ୱାଇଁ ମୁଖ୍ୟ ଅତିଥି ରୁପେ ଯୋଗଦେଇ ପ୍ରତିଯୋଗୀ ଙ୍କ ଉତ୍ସାହ ବୃଦ୍ଧି କରିଥିଲେ l ଏହି ପ୍ରତିଯୋଗିତା ରେ ମାଲକାନଗିରି ର ୧୧ ଟି ବିଦ୍ୟାଳୟ ରୁ ୧୦୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ l ଏହି ପ୍ରତିଯୋଗିତା ରେ ଜବାହର ନବୋଦୟ ବିଦ୍ୟାଳୟ ର ରଶ୍ମିତା କିରସାନି ପ୍ରଥମ ହୋଇଥିଲେ l କୃତି ଛାତ୍ରଛାତ୍ରୀ ଙ୍କୁ ମାନପତ୍ର ଏବଂ ସମସ୍ତ ପ୍ରତିଯୋଗୀ ଙ୍କୁ ଏଗଜାମ ୱାରିଅର ପୁସ୍ତକ ଦିଆଯାଇ ପୁରସ୍କୃତ କରାହେବ l ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଅମିତ ଦାସ ଏବଂ କଳା ଶିକ୍ଷକ ଆଦିତ୍ୟ ରାୟ ଏହି କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ ଏବଂ ପ୍ରାଥମିକ ଶିକ୍ଷକ ନିରଞ୍ଜନ କୁମାର, କମ୍ପ୍ୟୁଟର ଶିକ୍ଷିକା ଆଶ୍ରିତା ପଣ୍ଡା, ଇଂରାଜୀ ଶିକ୍ଷକ ନରେଶ ପ୍ରଧାନ ଏବଂ ସାମାଜିକ ବିଜ୍ଞାନ ଶିକ୍ଷକ ରଂଜିତ କୁମାର ପାତ୍ର କାର୍ଯ୍ୟକ୍ରମ କୁ ସଫଳ ହେବାରେ ସହଯୋଗ କରିଥିଲେ। ସୂଚନା ଯୋଗ୍ୟ ଯେ ଏହି କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଦ୍ୱାରା ଅନୁପ୍ରାଣିତ ପରୀକ୍ଷା ପେ ଚର୍ଚ୍ଚା ଶୃଙ୍ଖଳା ର ଅନ୍ତର୍ଭୁକ୍ତ l
Tags:
ଆଞ୍ଚଳିକ