ଶରଣ ଶ୍ରୀକ୍ଷେତ୍ର ମାରଦା ମହୋତ୍ସବ ୨୦୨୫ ବହୁ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି

 

ମୋ ନିୟୁଜ ଓଡିଶା 

 ମହୋତ୍ସବର ପ୍ରଥମ ସନ୍ଧ୍ୟାର କାର୍ଯ୍ୟକ୍ରମକୁ   ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ତଥା ମାରଦା ମହୋତ୍ସବର ସଭାପତି ଗୋକୁଳାନନ୍ଦ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ଯେଉଁଠି ମୁଖ୍ୟ ଅତିଥି ରୂପେ ଓଡ଼ିଶାର ପୂର୍ତ୍ତ, ଆଇନ ଓ ଅବକାରୀ ବିଭାଗର ମାନ୍ୟବର ମନ୍ତ୍ରୀ ପୃଥିରାଜ୍ ହରିଚନ୍ଦନ ଯୋଗ ଦେଇ ମାରଦା ମହୋତ୍ସବ ୨୦୨୫ ର ଶୁଭ ଉଦଘାଟନ କରିଥିଲେ । ସମ୍ମାନୀୟ  ଅତିଥିଭାବେ ବାଣିଜ୍ୟ, ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୁତି ଭୂଷଣ ଜେନା,  ଆସିକା ସାଂସଦ ଅନିତା ସୁଭଦର୍ଶିନୀ ଏବଂ ଗଞ୍ଜାମର ସମସ୍ତ ବିଧାୟକ ଓ ପ୍ରଶାସନିକ ସମସ୍ତ ଅଧିକାରୀ ମାନେ  ଉପସ୍ଥିତି ରହି ବହୁ ପ୍ରସିଦ୍ଧ ମାରଦା ମନ୍ଦିର ଐତିହ୍ୟ ଓ ଜଗନ୍ନାଥ ସଂସ୍କୃତିର ବିଭିନ୍ନ କଳା ଗବେଷଣା ଉପରେ ନିଜେ ନିଜର ଅଭିଭାଷଣ ରଖିଥିଲେ । ଏପରିକି ଦକ୍ଷିଣ ଓଡ଼ିଶାର ବିଭିନ୍ନ ଲୋକକଳା ଓ ପାରମ୍ପାରିକ ନୃତ୍ୟ ଉପରେ ସ୍ଥାନୀୟ କଳାକାର ମାନେ ନିଜେ ନିଜର କଳା ପ୍ରତିଭା ପରିଦର୍ଶନ କରି ଉପସ୍ଥିତ ଅତିଥି ଏବଂ ଭିଡ଼ରେ ବସି ରହିଥିବା ସମସ୍ତ ଦର୍ଶକଙ୍କ ମନ ମୋହି ଥିଲେ । ପରେ ମାରଦା କମିଟି ଦ୍ବାରା ଆୟୋଜିତ କରାଯାଇଥିବା ସମସ୍ତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ନେଇ ଦର୍ଶକଙ୍କ ଭିଡ଼ ଲାଗିରହି ଥିଲା।

Post a Comment

Previous Post Next Post