କବି, ଗାଳ୍ପିକ ତଥା ସାହିତ୍ୟ କୋଠିର ସମ୍ପାଦକ ରବି ଜେନାଙ୍କ ପରଲୋକ

 


ଭଞ୍ଜନଗର :ମୋ ନିୟୁଜ ଓଡିଶା ସାହିତ୍ୟ କୋଠିର ସଂପାଦକ ତଥା ମଧ୍ୟରାତ୍ର କବିତା ଆସରର ଆୟୋଜକ କବି ରବି ଜେନା ବା ସ୍ୱାମୀ ବିରଜାନନ୍ଦ ସରସ୍ୱତୀ ଆଉ ନାହାନ୍ତି। ସେ ଜଣେ କବି, ଗାଳ୍ପିକ, ସୁବକ୍ତା, ସାଧୁ ତଥା ସାରସତ୍ୱ ଆଶ୍ରମ ଠାକୁର ନିଗମାନନ୍ଦଙ୍କର ପରମ ଭକ୍ତ ଥିଲେ। ପ୍ରାୟ ଦଶବର୍ଷ ହେବ ସେ ସଂସାର ତ୍ୟାଗ କରି ରବି ଜେନାରୁ ସ୍ୱାମୀ ବିରଜାନନ୍ଦ ସରସ୍ୱତୀ ଭାବରେ ପରିଚିତ ଥିଲେ। ସେ ଘୁମୁସର କାହିଁକି ସମଗ୍ର ଓଡ଼ିଶାରେ ସାହିତ୍ୟକଙ୍କ ମଧ୍ୟରେ ସେ ଜଣେ ଆଗଧାଡ଼ିର କବି ଥିଲେ। ଏହା ସହିତ ଅନେକ ସାହିତ୍ୟ ଅନୁଷ୍ଠାନ ସହିତ ଜଡ଼ିତ ଥିଲେ। ସେ ଠାକୁର ନିଗମାନନ୍ଦଙ୍କ ପରମ ଭକ୍ତ ହୋଇ ତୁଳସିପଲ୍ଲୀଠାରେ ସାରସତ୍ୱ ଆଶ୍ରମ ସହିତ ଜରାନିବାସ ଆରମ୍ଭ କରିଥିଲେ। ତାଙ୍କ ଦ୍ୱାରା ଲିଖିତ କବିତା ପୁସ୍ତକ ‘ଅନେକ ତୁଠର ନଈ’, ‘ପୁଣ୍ୟଛାୟା’, ‘ଅନ୍ୱେଷା ଏକ ବେଦନାକ୍ତ ହୃଦୟର’ ଏବଂ ଗଳ୍ପ ସଂକଳନ ‘ଇହପର’ ପ୍ରକାଶିତ ହୋଇ ବାଣୀ ଭଣ୍ଡାରକୁ ସମୃଦ୍ଧ କରିପାରିଥିଲା। ବୁଧବାର ସକାଳ ସମୟରେ ସେ ଇହଧାମ ତ୍ୟାଗ କରିବା ସମୟରେ ତାଙ୍କ ନିକଟରେ ତାଙ୍କ ସାନ ଭାଇ ଉପସ୍ଥିତ ଥିଲେ। 

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post