ଭଞ୍ଜନଗର ଉପଖଣ୍ଡ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଇ-ରିକ୍ସା ବଣ୍ଟନ

 


ଭଞ୍ଜନଗର ମୋ ନିୟୁଜ ଓଡିଶା : ଓଡିଶା ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ତା ୧୫.୦୧.୨୦୨୫ ରିଖରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଉପଖଣ୍ଡ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଭଞ୍ଜନଗର ଉପଖଣ୍ଡର ପ୍ରତ୍ୟେକ ବ୍ଲକ ଓ ବିଜ୍ଞାପିତ ଅଞ୍ଚଳର ଜୀବନ ଜୀବିକା ଯୋଜନାର ଚୟନ ହୋଇଥିବା ଭିନ୍ନକ୍ଷମ ଭାଇ ଭଉଣୀ ହିତାଧିକାରୀଙ୍କୁ ଇ-ରିକ୍ସା ବଣ୍ଟନ କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଏବଂ ସଂମାନିତ ଅତିଥି ଭାବେ ଭଞ୍ଜନଗର ଉପ ଜିଲ୍ଲପାଳ ଶ୍ରୀ ଅନିଲ କୁମାର ସେଠୀ , ଭଞ୍ଜନଗର ଅତିରିକ୍ତ ଉପ ଜିଲ୍ଲପାଳ ବିଶ୍ୱରଞ୍ଜନ କର ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ନାୟକ ଭିନ୍ନକ୍ଷମ ଭାଇ ଭଉଣୀ ହିତାଧିକାରୀଙ୍କୁ ଇ-ରିକ୍ସା ବଣ୍ଟନ କରିଥିଲେ। ଏଥିରେ ଭିନ୍ନକ୍ଷମ ଭାଇ ଭଉଣୀ ମାନେ ନିଜେ ଆର୍ଥିକ ସ୍ୱାବଲମ୍ବୀ ହୋଇପାରିବେ ବୋଲି ବିଧାୟକ ପରିପ୍ରକାଶ କରିଥିଲେ। ଏଥିରେ ଭଞ୍ଜନଗର ଉପଖଣ୍ଡର ୭ଟି ବ୍ଲକ ଯଥା ଭଞ୍ଜନଗର, ଜଗନ୍ନାଥପ୍ରସାଦ, ବେଲଗୁଣ୍ଠା, ସୋରଡା, ଆସିକା, ଧରାକୋଟ, ବୁଗୁଡା ଯଥା ୫ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଭଞ୍ଜନଗର, ବେଲଗୁଣ୍ଠା, ସୋରଡା, ଆସିକା ଓ ବୁଗୁଡାର ହିତାଧିକାରୀଙ୍କୁ ୧୨ ଜଣଙ୍କୁ ୧୨ଟି ଇ-ରିକ୍ସା ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଏସିଓ ଶବର, ଭଞ୍ଜନଗର ଉପ ଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଗୌରି ଶଙ୍କର ଶତପଥୀ ଏବଂ ସାମ୍ବାଦିକ ବନ୍ଧୁମାନେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ବିଭାଗ କର୍ମଚାରୀ ଶ୍ରୀ ମୁକେଶ ଡାକୁଆ ଓ ଭାରତୀ ବିଶୋଈ ସହଯୋଗ କରିଥିଲେ ।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post