ଭଞ୍ଜନଗର ମୋ ନିୟୁଜ ଓଡିଶା : ଭଞ୍ଜନଗର ଓ ଆଖପାଖରେ ବସବାସ କରୁଥିବା ପାଇକାଳି ସମାଜର ପରିବାର ସମୂହ ପବିତ୍ର ମକର ସଂକ୍ରାନ୍ତିରେ ସ୍ଥାନୀୟ ସିରିଡ଼ି ସାଇବାବା ମନ୍ଦିରରେ ଏକ ବନ୍ଧୁ ମିଳନର ଆୟୋଜନ କରିଥିଲେ। ଏଥିରେ ପ୍ରାୟ ଶତାଧିକ ପୁରୁଷ, ମହିଳା, ଛାତ୍ର ଓ ଯୁବକ ଯୁବତୀ ଯୋଗ ଦେଇଥିଲେ ଓ ପାଇକାଳି ସମାଜର ଜିଲ୍ଲା ଅଧ୍ୟକ୍ଷ ବର୍ଷୀୟାନ ସମାଜ ସଂଗଠକ ଆଇନଜୀବୀ ସୋମନାଥ ନାୟକଙ୍କୁ ଉତ୍ସସିତ ସମ୍ବର୍ଦ୍ଧନା କରାଯାଇଥିଲା। ତତ ସଙ୍ଗେସଙ୍ଗେ ଦକ୍ଷିଣାଞ୍ଚଳ କୁଳାଧିପତି ଶ୍ରୀଯୁକ୍ତ ସିମାଞ୍ଚଳ ବିଷୋୟୀ ଓ ଗବେଷକ କବି ଅଶୋକ ସାହୁ ଓରଫ ବିଷୋୟୀଙ୍କୁ ମଧ୍ୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ମାନୀତ ଅତିଥି ଭାବେ ସର୍ବଶ୍ରୀ କବି ଅଶୋକ କୁମାର ସାହୁ, ଖଲିକୋଟ ଅଂଚଳର କାଳଂଜି ସମାଜର ସଭାପତି ଶ୍ରୀଯୁକ୍ତ ରାଜୀବ ସ୍ୱାଇଁ, ଏଲେକଟ୍ରୋନିକ୍ସ ମିଡିଆର ସାମ୍ବାଦିକ ରଂଜିତ ଜେନା ଓ ଘୁମୁସର ବରିଷ୍ଠ ନାଗରିକ ମଂଚର ସମ୍ପାଦକ ରବିନାରାୟଣ ସାମନ୍ତ ଯୋଗ ଦେଇଥିଲେ। ଏ ବନ୍ଧୁମିଳନ ଆୟୋଜନ କରିଥିଲେ ଡାକ୍ତର ମାଗିନାୟକ ତାଙ୍କୁ ସହଯୋଗ କରିଥିଲେ ସର୍ବଶ୍ରୀ ସମୀର ନାୟକ, ନଗେନ ନାୟକ, କାଂହୁ ଚରଣ ବିଶୋଇ, ଦିଲ୍ଲୀପ କୁମାର ନାୟକ, ଅରୁଣ କୁମାର ନାୟକ, ରମେଶ ଚନ୍ଦ୍ର ନାୟକ ପ୍ରମୁଖ ସଂଗଠକମାନେ ଓ ସମ୍ବର୍ଦ୍ଧନାର ଉତ୍ତରରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ନାୟକ କହିଥିଲେ ତାଙ୍କର ଏକ ଅଧୁରା କାମ ରହିଯାଇଛି ତାହା ହେଲା ଆମର ପାଇକାଳି ଖଣ୍ଡାୟତ ସମାଜ ଆଜି ପର୍ଯ୍ୟନ୍ତ ଓ.ବି.ସି ତାଲିକା ଭୁକ୍ତ ହୋଇପାରିନାହିଁ। ଫଳରେ ଆମ ସମାଜର ଶିକ୍ଷିତ ଯୁବକ ଯୁବତୀମାନେ କେନ୍ଦ୍ର ଚାକିରୀ ପାଇବାରୁ ବଂଚିତ ହେଉଛନ୍ତି। ମୁଁ ସମସ୍ତ ତଥ୍ୟ ସହ ଆବଶ୍ୟକ ଦରଖାସ୍ତ ଦେଇ ସାରିଛି, ତାହା ଗଂଜାମ ଜିଲ୍ଲାପାଳଙ୍କ ଠାରୁ ଯାଇ ଓଡିଶା ଓ.ବି.ସି.କମିସନଙ୍କ ଠାରେ ବିଚାରାଧିନ ଅଛି ଓ ଆପଣମାନେ ଓ.ବି.ସି. କମିସନକୁ ଦୌଡ଼ି ଏହା ହାସଲ କରିବାକୁ ହେବ। ଏହି ପ୍ରସ୍ତାବକୁ ସମର୍ଥନ ଜଣାଇ ରମେଶ ନାୟକ, ନଗେନ ନାୟକ, କାଂହୁଚରଣ ବିଷୋୟୀ, କାଜଲ ନାୟକ, ସୁଶ୍ରୀ ଆରତୀ ନାୟକ ନିଜନିଜ ବକ୍ତବ୍ୟ ରଖିଥିଲେ ଓ ଜିଲ୍ଲା ସମ୍ପାଦକ ଡାକ୍ତର ମାଗି ନାୟକ ସର୍ବଶେଷରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ଆଗାମୀ ଦିନରେ ସମାଜର ଐକ୍ୟକୁ ଦୃଢୀଭୂତ କରିବାକୁ ଆହ୍ୱାନ ଦେଇଥିଲେ।
ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା


