ଭଞ୍ଜନଗର ମୋ ନିୟୁଜ ଓଡିଶା : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକ୍ ଅନ୍ତର୍ଗତ କୁଲାଡ଼ ସ୍ଥିତ କବିସମ୍ରାଟ ବିଦ୍ୟାପୀଠ ହାଇସ୍କଲର 1994 ମ୍ୟାଟ୍ରିକ ବ୍ଯାଚର ଛାତ୍ରଛାତ୍ରୀଙ୍କୁ ନେଇ ଦୀର୍ଘ ତିରିଶ ବର୍ଷ ପରେ ପୁରାତନ ଛାତ୍ର ବୁଲୁ ସାହୁ ଲଷ୍ମୀ ବେହେରା, ସୁନୀଲ ବେହେରା, କପିଳା ପାତ୍ରଙ୍କ, ସଂଜୀବ ପାତ୍ର ଙ୍କ ଆହ୍ମାନ କ୍ରମେ କୁଲାଡ଼ ଗ୍ରାମ ର ଶ୍ରୀ ଜଗନ୍ନାଥ ମନ୍ଦିର ପାଖ ପାନ୍ଥ ଶାଳ ଠାରେ ଦ୍ୱତୀୟ ଥର ପାଇଁ ଏକ ବନ୍ଧୁମିଳନର ଆୟୋଜନ କରାଯାଇଥିଲା । ଏହି ଅବସରରେ ବିଭିନ୍ନ ବିଷୟରେ ଆଲୋଚନା କରିବା ସହ, ପୂର୍ଵ ପ୍ରତି ସୁତି ଅନୁଯାଇ ପ୍ରତିବର୍ଷ ଜାନୁଆରୀ ମାସରେ ବଂଧୁମିଳନ ହେବା ନେଇ ସହମତି ପ୍ରକାଶ ପାଇଥିଲା ଆଉ ଏ ନେଇ ପହିଲି ଭୋଗର ଏକ ନିଆରା କାର୍ଯ୍ୟକ୍ରମ ଆୟୋଜନା ହୋଇଥିଲା ଏହି କାର୍ଯ୍ୟକ୍ରମରେ କବି ସମ୍ରାଟ ବିଦ୍ୟା ପିଠରେ ସେ ସମୟ ଶିକ୍ଷା ଦେଉଥିବା ଅବସର ପ୍ରାପ୍ତ ଦୁଇ ଗୁରୁ ପୁର୍ଣଚନ୍ଦ୍ର ଦାଶ ଓ ମନୋରଞ୍ଜନ ପତି ମଧ୍ୟ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ଥିଲେ l ଗୁରୁ ଓ ଛାତ୍ର ଜୀବନରେ ଘଟିଯାଇଥିବା ଅନୁଭୂତି ବଣ୍ଟାବଣ୍ଟି ହେବା ପରେ ବଂଧୁ ମିଳନର ସମୟ ଅତି ଆନନ୍ଦଦାୟକ ଥିବାନେଇ ବଂଧୁମାନେ ପ୍ରକାଶ କରିଥିଲେ । ଉକ୍ତ ମିଳନ ପର୍ବ ରେ ସୁଜ୍ଞାନୀ ପାଢ଼ୀ,ଅରୁନ୍ଧତୀ ସାହୁ,ସନ୍ଧ୍ୟା ରାଣୀ ଷଢଙ୍ଗୀ,ଝିଲି ସାହୁ ଭାନୁବତୀ ପାଢ଼ୀ,ପ୍ରଭାତ ବିଶ୍ୱାଳ,ସୁକାନ୍ତ ମଳିକ, ଭଗବାନ ବିଷୋୟୀ ଟୁନା ବେହେରା ଲକ୍ଷ୍ମୀ ସେଠି, ରୁଦ୍ରପ୍ରସାଦ ତ୍ରିପାଠୀ ଏଭଳି ପାଖାପାଖୀ ମୋଟ 45 ଜଣ ଯୋଗ ଦେଇଥିବା ବେଳେ ଏତେ ଦିନ ପରେ ହୋଇ ଥିବା ବନ୍ଧୁମିଳନ କାର୍ଯ୍ୟକ୍ରମ କୁନେଇ ସମସ୍ତଙ୍କ ମନରେ ଖୁସିର ଲହରୀ ଦେଖିବାକୁ ମିଳିବା ସହ ସମସ୍ତଙ୍କ ସହଯୋଗ ମଧ୍ୟ ରହିଥିଲା l
ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା


