ବିନା ସ୍ବାର୍ଥରେ ଜନତାଙ୍କ ସେବା କଲେ ଶାନ୍ତି ମିଳେ- ଗଭର୍ଣ୍ଣର।
ମାଲକାନଗିରି ତା ୨୨/୦୧ ମୋ ନ୍ୟୁଜ ଓଡିଶା (ସତ୍ୟ ନାରାୟଣ ଦାଶ) ଓଡିଶା ର ରୋଟାରି କ୍ଲବ ଗଭର୍ନର ଯଜ୍ଞାଶିଷ ମହାପାତ୍ର ମଙ୍ଗଳବାର ମାଲକାନଗିରି ଜିଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପରେ ଖଇରପୁଟ ବ୍ଲକ ବଣ୍ଡାଘାଟି ଯାଇ ସେଠାରେ ବଣ୍ଡା ମହିଳା ଓ ପୁରୁଷମାନଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିବା ସହ ସେମାନଙ୍କ ଜୀବନ ଶୈଳୀ, ଶିକ୍ଷା ଦୀକ୍ଷା, ଆଚାର ବ୍ୟବହାର, ଭାଷା, ବେଷଭୂଷା ଇତ୍ୟାଦି ସମ୍ପର୍କରେ ଆଲୋଚନା କରିଥିଲେ । ୪ ଶହରୁ ଊର୍ଦ୍ଧ୍ବ ବୟସ୍କ ମହିଳାମାନଙ୍କୁ ଶୀତବସ୍ତ୍ର କମ୍ବଳ ପ୍ରଦାନ କରିଥିଲେ। ପରେ ସେଠାରେ ଉପସ୍ଥିତ ଥିବା ୫ ଶହରୁ ଊର୍ଦ୍ଧ୍ୱ ମହିଳା ପୁରୁଷମାନଙ୍କୁ ଉଦ୍ବୋଧନ ଦେଇ ହିଂସା ପରିବାରକୁ ନଷ୍ଟ କରିବା ସହ ଏହାର ବ୍ୟାଧି ଅନ୍ୟ ଉପରେ ପ୍ରଭାବ ପକାଏ । ବିନା ସ୍ବାର୍ଥରେ ଲୋକଙ୍କ ସେବା କଲେ ଶାନ୍ତି ମିଳେ ବୋଲି କହିଥିଲେ । ସେ ଆହୁରି କହିଥିଲେ, ଆମ ଗର୍ବ ଓ ଅହଂକାର ହିଂସା ଅନେକ ସମୟରେ ବନ୍ଧୁ ବନ୍ଧୁ, ଜିଲ୍ଲା ଓ ଦେଶ ମଧ୍ୟରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥାଏ ।ତେଣୁ ରୋଟାରି କ୍ଲବ ଆଜି ସାରା ବିଶ୍ବ ବାସୀଙ୍କୁ ଆହ୍ୱାନ ଦେଉଛି ଶାନ୍ତିର ବାର୍ତ୍ତା ସମସ୍ତଙ୍କ ପାଇଁ ଆଶୀର୍ବାଦ ଭଳି। ପୃଥିବୀର ପରିବେଶ ନଷ୍ଟ, ଜଳବାୟୁ ପରିବର୍ତ୍ତନ ମୃତ୍ୟୁ ମୁଖକୁ ଠେଲି ଦେଉଛି। ପରିବେଶ ସୁସ୍ଥ ଓ ସୁରକ୍ଷିତ କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ଚାରାରୋପଣ କରିବାର ଆବଶ୍ୟକତା ରହିଛି। ବନ୍ୟା ବାତ୍ୟା ସମୟରେ ରୋଟାରୀ କ୍ଲବ ମାଧ୍ଯମରେ ବିପଦ ମୁଖରେ ଥିବା ଲୋକଙ୍କୁ ସାହାଯ୍ୟ କରିବା, ରକ୍ତଦାନ ଶିବିର କରି ବହୁ ରୋଗୀଙ୍କ ଜୀବନ ବଞ୍ଚାଇବା, ବଣ୍ଡା ଜନଜାତିଙ୍କ ଉନ୍ନତିର ଅଗ୍ରଗତି ନିମନ୍ତେ ସମସ୍ତେ ଶିକ୍ଷା ଗ୍ରହଣ କରିବା ପାଇଁ ପରାମର୍ଶ ଦେବା ସହ ନିଜ ଶରୀର ଓ ପୋଷାକ ପରିସ୍କାର ପରିଛନ୍ନ ରଖିବା ପାଇଁ ପରାମର୍ଶ ଦେଇଥିଲେ। ଅପରାହ୍ନରେ ମାଲକାନଗିରି ସଦର ମହକୁମା ସ୍ଥାନୀୟ ବସ୍ଷ୍ଟାଣ୍ଡ ମୁଖ୍ୟରାସ୍ତା କଡରେ ଏକ ଶାନ୍ତିସ୍ତୁପ ଉଦ୍ଘାଟନ କରିଥିଲେ । ପରେ ରୋଟାରୀ କ୍ଲବ ତରଫରୁ ଗରୀବ, ଅସହାୟ ଯୁବତୀ ଯୁବକଙ୍କୁ ମାଗଣାରେ ସିଲେଇ ଶିକ୍ଷା ଦେବାପାଇଁ ଏକ କେନ୍ଦ୍ରକୁ ଉଦ୍ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମାଲକାନଗିରି ରୋଟାରି କ୍ଲବ ସଭାପତି ସୁରେନ୍ଦ୍ର ପାଢୀ, ରୋଟାରିଆନ ଜଗଦୀଶ ତ୍ରିପାଠୀ, ଦିଲିପ ସୋମାନୀ, ସୁଶାନ୍ତ ସାମଲ, ଦୁର୍ଯ୍ୟୋଧନ ପାତ୍ର, ଲବ ସାହୁ, ବିଜୟ ପଣ୍ଡା, ଲଛମନ ବିହାରୀ ସାମଲ ଓ ମୌସୁମି ତ୍ରିପାଠୀଙ୍କ ସହ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।


