କନ୍ଧମାଳ ମୋ ନିୟୁଜ ଓଡିଶା :୨୨/୦୧/୨୦୨୫
କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କରିପୋର୍ଟ
କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଶଙ୍କରାଖୋଲ ଅଞ୍ଚଳ ର ଅଭିଳାଷ ବେହେରା ଆଜକୁ ପ୍ରାୟ ୮, ୯ ବର୍ଷ ଧରି ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଗୁଡିକ ରେ ଗଣେଶ ମୂର୍ତ୍ତି, ସରସ୍ବତୀ, ବିଶ୍ୱାକର୍ମା, ଖୁଦୁରୁକୁଣୀ , ଗ୍ରାମ୍ୟ ଯଜ୍ଞ କମିଟି ରାଧାକୃଷ୍ଣ ମୂର୍ତ୍ତି ତଥା ବିଭିନ୍ନ ପ୍ରକାର ମୂର୍ତ୍ତି ଗୁଡିକ ସ୍କୁଲ, କଲେଜ, ଶିଶୁମନ୍ଦିର, ପବ୍ଲିକ ଅନୁଷ୍ଠାନ ବିଭିନ୍ନ ଗାଁ ମାନଙ୍କ ରେ ମୂର୍ତ୍ତି ଯୋଗାଇ ଆସୁଛନ୍ତି ! କିନ୍ତୁ ଆଜିପର୍ଯ୍ୟନ୍ତ ମିସ୍ତ୍ରୀ, ବାଡେଇ, ଟେଲରିଙ୍ଗ, କୁମ୍ଭାର, ସୁନାରି ଏମାନଙ୍କୁ ବିଶ୍ୱାକର୍ମା ଯୋଜନା ନାମରେ ସରକାର ବିଭିନ୍ନ ସହାୟତା ଘୋଷଣା କରିଥିବା ବେଳେ କାରିଗର ମାନଙ୍କ ପାଇଁ ସହାୟତା ମିଳୁନ ଥିବା କହିଛନ୍ତି ସମସ୍ତ କାରିଗର । ମୂର୍ତ୍ତି କାରିଗର କହିବାନୁସାରେ ଗୋଟିଏ ମୂର୍ତ୍ତି ଗଠନ କରିବାକୁ ହେଲେ ବାଉଁଶ, ସୁତୁଲି, ଚିଟିକା ମାଟି,କଲର, କପଡା ଇତ୍ୟାଦି ଆବଶ୍ୟକ ହୋଇଥାଏ । ଯେତିକିରେ ସବୁ ସାମାନ କିଣା ପଡୁଛି ସେତିକିରେ ତାଙ୍କ ପାରିଶ୍ରମିକ ସମାନ ହେଉଛି । ଯଦି ସରକାର ଙ୍କ ତରଫରୁ କିଛି ସହାୟତା ମିଳନ୍ତା ତାହେଲେ ଆହୁରି ଅଧିକ ରୁ ଅଧିକ ତିଆରି କରି ଯୋଗାଇ ପାରନ୍ତେ ବୋଲି କହିଛନ୍ତି ।ତାଙ୍କୁ ସହଯୋଗ କରୁଛନ୍ତି ଭାଗବତ ବଗର୍ତ୍ତୀ, ବାଳକୃଷ୍ଣ କହଁର, ଅଭିରାମ କହଁର, କାର୍ତିକ ବେହେରା ମୂର୍ତ୍ତି କରିବାରେ ସାହାଯ୍ୟ କରିଆସୁଛନ୍ତି । ଯଦି ସରକାର ସମସ୍ତ ସୁବିଧା ଯୋଗାଇ ଦିଅନ୍ତୁ ତାହେଲେ ସମସ୍ତ ଉପକୃତ ହୁଅନ୍ତେ ବୋଲି ଆଶା ରଖିଛନ୍ତି !


