କନ୍ଧମାଳ ମୋ ନିୟୁଜ ଓଡିଶା :୨୭/୦୧/୨୦୨୫
କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କରିପୋର୍ଟ
ଜିଲ୍ଲା ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ ପ୍ରକଳ୍ପ ଜରିଆରେ ଫାଇଲେରିଆ ଦୂରିକରଣ ନିମନ୍ତେ ଜିଲ୍ଲାବ୍ୟାପି ଏକ ମିଶନ ଭାବେ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ଫେବୃଆରୀ ୧୦ ତାରିଖ ଠାରୁ ଫେବୃଆରୀ ୧୯ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବାକୁ ଯାଇଛି । ଏହି ପରିପ୍ରେକ୍ଷିରେ ଆଜିଠାରୁ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ ପ୍ରକଳ୍ପ ର ଜିଲ୍ଲା ଅଧିକାରି କୁମୁଦ ଚନ୍ଦ୍ର ସାହୁ ଏହାର ସମ୍ପୂର୍ଣ୍ଣ ଦାୟୀତ୍ୱ ନେଇଥିବା ବେଳେ ଡାକ୍ତର ଅରବିନ୍ଦ ଦାସ କାର୍ଯ୍ୟକ୍ରମକୁ ତଦାରଖ କରୁଛନ୍ତି । ଆଜି ଫୁଲବାଣୀ ସହରର ବିଭିନ୍ନ ବିଦ୍ୟାଳୟକୁ ଯାଇ ଫାଇଲେରିଆ କଣ?, ଏହା ବ୍ୟାପିବାର ମାଧ୍ୟମ ଏବଂ ଏହାର ଉପଚାର ବିଷୟରେ ବୁଝାଯିବା ସହିତ ଛାତ୍ର/ଛାତ୍ରୀ ମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ନିମନ୍ତେ ବକ୍ତୃକ୍ତା ପ୍ରତିଯୋଗିତା କରାଇ ସେମାନଙ୍କୁ ପୁରଷ୍କୃତ ମଧ୍ୟ କରାଯାଇଥିଲା । ସେଥିମଧ୍ୟରୁ ଆଜି ସ୍ୱେଛାସେବୀ ଅନୁଷ୍ଠାନ ସ୍ୱାତୀ ଓ ଆ.ଇ.ପି.ସି. ର ମିଳିତ ସହଯୋଗରେ ଫୁଲବାଣୀ ସ୍ଥିତ ସରସ୍ୱତି ଶିଶୁ ବିଦ୍ୟା ମନ୍ଦିର, କାରମେଲ୍ ଓ ପବ୍ଲିକ୍ ସ୍କୁଲ୍ ର ବିଦ୍ୟାର୍ଥୀ ମାନଙ୍କୁ ନେଇ ବିଶ୍ୱରଞନ କର ଓ ସଙ୍ଗ୍ରାମ କେଶରୀ ସଡଙ୍ଗି ଙ୍କ ଦ୍ୱାରା ପରିଚାଳିତ ହୋଇଯାଇଛି । ସେହିପରି ନିୟୋଜିତ ଅନ୍ୟ କର୍ମକର୍ତା ମାନେ ମଧ୍ୟ ଟିକାବାଲୀ, ଖଜୁରିପଡା, ଫିରିଙ୍ଗିଅ ଓ ଫୁଲବାଣୀ ବ୍ଲକର ଗ୍ରାମାଂଚଳ ସହିତ ଫୁଲବାଣୀ ମୁନିସିପାଲିଟି ର ବିଭିନ୍ନ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ କୁ ପରିଚାଳିତ କରିଥିଲେ । ଏହି କାର୍ଯ୍ୟକ୍ରମର ମୂଖ୍ୟ ଲକ୍ଷ୍ୟ ଅଧିକ ଜନସଚେତନତା ମାଧ୍ୟମରେ ୧୦ ଫେବୃଆରୀ ଠାରୁ ୧୯ ଫେବୃଆରୀ ମଧ୍ୟରେ ଅଧିକରୁ ଅଧିକ ଲୋକଙ୍କୁ କୁର୍ମିନାଶକ ଓ ଡି.ଈ.ସି. ବଟିକା ଖୁଆଇ ଆମ ଜିଲା୍ଲ ଓ ରାଜ୍ୟକୁ ଫାଇଲେରିଆ ମୁକ୍ତ କରିବା । ଏଥି ସହିତ କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ପ୍ରଧାନ ଆଚାର୍ଯ୍ୟ ରାେଜେନ୍ଦ୍ର ପ୍ରସାଦ ପାଢୀ, ପ୍ରିନିସିପାଲ ଧନଞୟ ସେଠୀ, ମ୍ୟାନେଜର ଚିତରଞନ ନାୟକ ଙ୍କ ସହିତ ଅନ୍ୟ ସହକାରୀ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।