କୋଟଗଡ ଏନ୍ ପି ଏସ୍ ଶିକ୍ଷକ ସଂଘର ବନ୍ଧୁମିଳନ ।


 କନ୍ଧମାଳ ମୋ ନିୟୁଜ ଓଡିଶା :୨୭/୦୧/୨୦୨୫

କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କରିପୋର୍ଟ 

କନ୍ଧମାଳ ଜିଲ୍ଲାର କୋଟଗଡ଼ ବ୍ଳକ ଏନ୍ ପି ଏସ୍ ଶିକ୍ଷକ ସଂଘର ବନ୍ଧୁମିଳନ । ସୂଚନା ପ୍ରକାରେ କୋଟଗଡ଼ ବ୍ଳକ ଏନ୍ ପି ଏସ୍ ଶିକ୍ଷକ ସଂଘ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।  ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀ କୁମର ପରାସେଟ ଯୋଗ ଦେଇ  ଶିକ୍ଷକ ମାନଙ୍କର ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଓ ୨୮୦୦ ଗ୍ରେଡ ପେ ଉପରେ ନିଜର ଅଭିଭାଷଣ ରଖିଥିଲେ । ନୂତନ ଭାବେ ନିଯୁକ୍ତି ପାଇଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ସ୍ଵାଗତ କରାଯାଇଥିଲା । ମଞ୍ଚ ପରିଚାଳନା ଶ୍ରୀ ରୋସନ କୁମାର ପ୍ରଧାନ କରିଥିବା ବେଳେ ସମ୍ପାଦକ  ଶ୍ରୀ ସୁଗ୍ରୀବ ନାୟକ ଓ ଶ୍ରୀ ଛୁଞ୍ଚିପ କୁମାର ନାୟକ ବୈଠକଟି ଆଗକୁ ନେଇଥିଲେ । ବ୍ଲକ୍ ସଭାପତି ନାଗାର୍ଜ୍ଜୁନ ବଡସେଟ ନିଜ ବ୍ଲକ୍ ର ସମସ୍ୟା ଓ ସଂଗଠନ କିପରି ସୁଦୃଢ଼ ହେବ ସେ ବିଷୟରେ ଅଭିଭାଷଣ ରଖିଥିଲେ ।  ବିଗତ ଦିନରେ  ଦୁଇଜଣ ଶିକ୍ଷକ ମୃତ୍ୟୁବରଣ କରି ଥିବାରୁ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ସମ୍ପାଦକ ଶ୍ରୀ ନାୟକ ସ୍ଵର୍ଗାରୋହଣ କରିଥିବା ଦୁଇ ଶିକ୍ଷକଙ୍କ ପରିବାରକୁ ସଂଘ ତରଫରୁ କିଛି ଅନୁକମ୍ପା ରାଶି ପ୍ରଦାନ କରିବାକୁ କହିଥିଲେ । ସଂଘର ଉପଦେଷ୍ଟା ଶିକ୍ଷକ ମକାନ୍ତି ପାଲଟା ସିଂ ଓ ସୁକାନ୍ତ କୁମାର ଧତ୍ତ୍ୱରାୟ କହିଥିଲେ ଶିକ୍ଷକ ମାନଙ୍କର ପ୍ରୋମସନ୍ କ୍ଷେତ୍ରରେ ଅବହେଳା କରୁଥିବାରୁ  ସଂଗଠନକୁ କିପରି ଶକ୍ତିଶାଳୀ କରିବା ସେନେଇ ମତ ପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଗୈାରହରୀ ନାୟକ, ବୁଲୁ ମଲିକ, ସୁବ୍ରତ ପ୍ରଧାନ, ହାଡିବନ୍ଧୁ ନାୟକ,ବଳରାମ ଉଟଣା ସିଂ, ଦାଶରଥି ଦଳବେହେରା,ପିତର ମାଝୀ,ଧରେନ୍ଦ୍ର ମାଝୀ,କେ ଲିପୁନ କୁମାର ପାତ୍ର, ନକୁଳ ମଲିକ ସମେତ ବ୍ଲକ୍ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇ ଥିଲେ ।

Post a Comment

Previous Post Next Post