ସରକାରୀ ଉନ୍ନତ ଉଚ୍ଚ ବିଦ୍ୟାଳୟ ଲୁଇସିଂ ର ୫୨ତମ ବାର୍ଷିକ ଉତ୍ସବ।

 


କନ୍ଧମାଳ ମୋ ନିୟୁଜ ଓଡିଶା :୨୮/୦୧/୨୦୨୫

କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କରିପୋର୍ଟ 

କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ୍ ଅନ୍ତର୍ଗତ ସରକାରୀ ଉନ୍ନତ ଉଚ୍ଚ ବିଦ୍ୟାଳୟ ଲୁଇସିଂ ର ୫୨ତମ ବାର୍ଷିକ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଶ୍ରୀଯୁକ୍ତ ଉମାଚରଣ ମଲିକ, ମୁଖ୍ୟବକ୍ତା ଶ୍ରୀ ଅଙ୍ଗଦ କହଁର ଫୁଲବାଣୀ ପୂର୍ବତନ ବିଧାୟକ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ରୂପେ ଲୁଇସିଂ ପଞ୍ଚାୟତ ସରପଞ୍ଚ ଶ୍ରୀ ସୁଦର୍ଶନ କହଁର, ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବିନୋଦ ବିହାରୀ ଦିଗାଲ, ନାଏବ ସରପଞ୍ଚ ଶ୍ରୀମତୀ ଜନନୀ ରଣା, ଫୁଲବାଣୀ ପୈାରପରିଷଦ କାଉନସିଲର ରମେଶ ଚନ୍ଦ୍ର ମହାନ୍ତି, ସମାଜ ସେବୀ ଗଣେଶ୍ଵର କହଁର ଯୋଗ ଦେଇ ଥିଲେ । ଅତିଥି ମାନେ ଶିକ୍ଷକ ଶିକ୍ଷୟିତ୍ରୀ ଓ  ଛାତ୍ର ଛାତ୍ରୀଙ୍କ ସଫଳତା କୁ ପ୍ରଶଂସା କରିବା ସହିତ ଛାତ୍ର ଛାତ୍ରୀ ମାନେ କିପରି ଭବିଷ୍ୟତରେ କର୍ମବୀର ହୋଇ ସଫଳତା ହାସଲ କରିବେ ସେହି ବିଷୟରେ ମାର୍ଗ ଦର୍ଶନ ଦେଇଥିଲେ । ବିଧାୟକ ଶ୍ରୀଯୁକ୍ତ ମଲିକ ମହୋଦୟ ବିଦ୍ୟାଳୟ ମଧ୍ୟରେ ଥିବା ବିଭିନ୍ନ ସମସ୍ୟା ଓ ଅଭାବ କୁ ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟ ଅତିଥି ମାନେ ବିଦ୍ୟାଳୟକୁ ଆଦର୍ଶ ବିଦ୍ୟାଳୟରେ ଗଢ଼ି ତୋଳିବାକୁ ସମସ୍ତଙ୍କର ସହଯୋଗ ପ୍ରଦାନ କରିବାକୁ କହିଥିଲେ । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀରାମ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରିଥିଲାବେଳେ ବେଳେ ସହକାରୀ ଶିକ୍ଷକ ଶ୍ରୀ ପ୍ରଭାକର ସାମଲ ବାର୍ଷିକ ବିବରଣୀ ଉପସ୍ଥାପନା  କରିଥିଲେ । ମୋ ସ୍କୁଲ ଅଭିଯାନର ପୁରାତନ ଛାତ୍ର ସଭାପତି ଶ୍ରୀ ଆଲୋକ କହଁର ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଦାବି ଉପସ୍ଥାପନ କରିଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଗୋବିନ୍ଦ ମଲିକ ଧନ୍ୟବାଦ୍ ଅର୍ପଣ କରିଥିଲେ  । ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା କ୍ଷୁଦ୍ର ନାଟକ,ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା । ସମସ୍ତ ଅତିଥି ଓ ଅଭିଭାବକ ମାନେ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ । ସ୍ଥାନୀୟ ସରପଞ୍ଚ ତଥା ଜଣେ କୁଇ ସମାଜ ନେତା ଶ୍ରୀ ସୁଦର୍ଶନ କହଁର ତାଙ୍କର ଦେହ ଅସୁସ୍ଥ ଥିବା ସ୍ଵତ୍ତେ ଆସି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ଉତ୍ସବଟି ସାଫଲ୍ୟ ମଣ୍ଡିତ ଥିବାରୁ ଅଞ୍ଚଳର ବୁଦ୍ଧି ଜୀବି ଓ ଜନସାଧାରଣ ପ୍ରଶଂସା କରୁଥିବା ଦେଖିବାକୁ ମିଳିଥିଲା ।

Post a Comment

Previous Post Next Post