(ମୋ ନ୍ୟୁୁଜ ଓଡ଼ିଶା)
ବୁଗୁଡ଼ା,୨୭/୦୧(ସୋରେନ କୁମାର ପ୍ରଧାନ):ବୁଗୁଡ଼ା ଅଞ୍ଚଳର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।ଏ ପରିପ୍ରେକ୍ଷୀରେ ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ ମିନି ଷ୍ଟାଡିୟମ ପରିସରରେ ଶ୍ରୀକର ଭଞ୍ଜ ଓପନ୍ ୟୁନିଟ ପକ୍ଷରୁ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ନେଇ ଆୟୋଜିତ ସାଧାରଣତନ୍ତ୍ର ଦିବସ ପାଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବୁଗୁଡ଼ା ଏନଏସି ଅଧକ୍ଷ ଶ୍ରୀ ଚିତ୍ରସେନ ପ୍ରଧାନ ଯୋଗଦେଇ ପତାକା ଉତ୍ତୋଳନ କରି ଉତ୍ସବକୁ ଆରମ୍ଭ କରିଥିଲେ।ଏହି ଉତ୍ସବରେ ବୁଗୁଡ଼ା ଠାରେ ଥିବା ଶୋଭନୀୟ ପବ୍ଲିକ ସ୍କୁଲ,ମା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ବୁଦ୍ଧଗିରି ବିଦ୍ୟାପୀଠ,ବଳଦେବ ଜୀଉ ମହିଳା ଉଚ୍ଚବିଦ୍ୟାଳୟ, ପିପୁଲ୍ସ ହାଇସ୍କୁଲ ର ଏନସିସି ଟିମ୍, ନିୟୂ ଏରା ପବ୍ଲିକ ସ୍କୁଲ ର ସ୍କାଉଟ ଟିମ ଯୋଗ ଦେଇ ନିଜର କଳା ପ୍ରଦର୍ଶନ କରିଥିଲେ।ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ବୁଗୁଡ଼ା ଏନଏସି ଉପାଧ୍ୟକ୍ଷା ଗୀତାଞ୍ଜଳୀ ପାଢ଼ୀ,ବୁଗୁଡ଼ା ବ୍ଲକ୍ ବୁଗୁଡ଼ା ଅଧକ୍ଷ କେ.ପ୍ରିୟଦର୍ଶିନୀ ଆଚାରୀ ,ବୁଗୁଡ଼ା ଥାନା ସବ ଇନ୍ସପେକ୍ଟର ସମୀର ରଞ୍ଜନ ସେଠୀ,ବୁଗୁଡ଼ା ଅଗ୍ନିଶମ ଅଧିକାରୀ ସନ୍ତୋଷ କୁମାର ପରିଡ଼ା,ବୁଗୁଡ଼ା ମିଡ଼ିଆ କ୍ଲବ୍ ସଭାପତି ଅନିଲ ପଟ୍ଟନାୟକ ଏବଂ ବୁଗୁଡ଼ା ପିପୂଲ୍ସ କଲେଜ୍ କ୍ରୀଡା ଶିକ୍ଷକ କ୍ରୀଷ୍ଣା ରାଓ ପାତ୍ର, ପିପୂଲ୍ସ କଲେଜ୍ ସ୍କାଉଟ ଲିଡର ଆତ୍ମପ୍ରକାଶ ନାୟକ, ନିୟୁ ଏରା ପବ୍ଲିକ ସ୍କୁଲ ସ୍କାଉଟ ଶିକ୍ଷକ ବୈଷ୍ଣବ ଚରଣ ଦାସ ଉପସ୍ଥିତ ଥିଲେ।ପରିଶେଷରେ ଶ୍ରୀକର ଭଞ୍ଜ ଓପନ୍ ୟୁନିଟ ର ସଭାପତି କେ. ଅମ୍ରିତ ସାଗର ପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।