ମାଲକାନଗିରି ତା ୧୮/୦୧ ମୋ ନ୍ୟୁଜ ଓଡିଶା (ସତ୍ୟ ନାରାୟଣ ଦାଶ) ଆଜି ଖଇରପୁଟ ବ୍ଲକ ମୁଦୁଲିପଡ଼ା ଗ୍ରାମରେ ଏକ ବ୍ଲକସ୍ତରୀୟ ନିଯୁକ୍ତି ଏବଂ ଦକ୍ଷତା ବିକାଶ ପରାମର୍ଶ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଦକ୍ଷତା ବିକାଶ ଏବଂ ନିଯୁକ୍ତି ଅଧିକାରୀ ମନସ୍ଵି ସେଠୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଶୁଭଞ୍ଜନ ମହାପାତ୍ର ଉପ କମାଣ୍ଡାଣ୍ଟ ଓ ଦେବନ୍ଦ୍ର ନାଥ ବି ଏସ ଏଫ୍ 142 ବାଟାଲିୟନ୍ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଏବଂ ଦକ୍ଷତା ଏବଂ ନିଯୁକ୍ତି ସୁଯୋଗ ଉପରେ ପ୍ରେରଣାଦାୟକ ଭାଷଣ ଦେଇଥିଲେ । ସୁବାସ ଚନ୍ଦ୍ର ପରିଡା ଆଇ ଟି ଆଇ ଅଧ୍ୟକ୍ଷ ମାଲକାନଗିରି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ସେହିପରି ମୁଦୁଲିପଡ଼ା ସରପଞ୍ଚ, ଦକ୍ଷତା ବିକାଶ ଅଧିକାରୀ ଉପେନ୍ଦ୍ର ଦୀପ ଯୋଗ ଦେଇଥିଲେ ସରକାରୀ ପଲିଟେକନିକ୍ ଅଧ୍ୟାପକ ଶିବିରରେ ଅଂଶଗ୍ରହଣ କରିଥିବା ଯୁବକମାନଙ୍କୁ ଉତ୍ସାହିତ କରିଥିଲେ । ମାଲକାନଗିରି ଜିଲ୍ଲାର, ଗ୍ରାମ ତରଙ୍ଗ, ଶିବାନୀ ପ୍ରୋମୋଦିନି , ଓକେ ସି ଏଲ, ସାହାନା କମ୍ପାନୀ ପ୍ରତିନିଧି ମାନେ ସେମାନଙ୍କର ଦକ୍ଷତା ତାଲିମ ବିଷୟରେ ବୁଝାଇ ଥିଲେ ଏବଂ ସେମାନେ ଭାରତ ଏବଂ ଓଡିଶା ଭିତରେ ବିଭିନ୍ନ ଶିଳ୍ପ, କମ୍ପାନୀରେ ନିଯୁକ୍ତି ପ୍ରଦାନ କରିବା ବିଷୟରେ ବୁଝାଇଥିଲେ । ଶିବିରରେ ଖଇରପୁଟ ବ୍ଲକ ର ପାଞ୍ଚ ହଜାରରୁ ଉର୍ଦ୍ଧ୍ବ ଯୁବକ ବଣ୍ଡା ଦିଦାଇ ଆଦିବାସୀ ଯୁବକ ଓ ଯୁବତୀ ଅଂଶଗ୍ରହଣ କରିଥିଲେ ।
Tags:
ଆଞ୍ଚଳିକ


