ସତୀଗୁଡା ଜଳଭଣ୍ଡାରରେ ୩୪ ପ୍ରଜାତିର ସ୍ୱଦେଶୀ ଓ ବିଦେଶୀ ପକ୍ଷୀ ଚିହ୍ନଟ।

 


ମାଲକାନଗିରି ତା ୧୮/୦୧ ମୋ ନ୍ୟୁଜ ଓଡିଶା (ସତ୍ୟ ନାରାୟଣ ଦାଶ) ମାଲକାନଗିରି ଜିଲ୍ଲା ସଦର ମହକୁମା ସତିଗୁଡା ଜଳଭଣ୍ଡାରରେ ବନ ବିଭାଗ ତରଫରୁ ଆଜି ୩୦ରୁ ଉର୍ଦ୍ଧ୍ବ ବନାଧିକାରୀ ଏବଂ କର୍ମଚାରୀଙ୍କ ସହ ଭୁବନେଶ୍ୱରରୁ ଆସିଥିବା ଏକ୍ସପୋର୍ଟ ମାନଙ୍କ ଦ୍ୱାରା ପୂର୍ବାହ୍ନ ୬ ଘଟିକା ସମୟରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଚାରୋଟି ବୋଟରେ ଚାରୋଟି ଦଳ ଜଳଭଣ୍ଡାରର ଭିନ୍ନ ଭିନ୍ନ ଅଂଚଳକୁ ଯାଇ ଅତ୍ୟାଧୁନିକ କ୍ୟାମେରା, ବାଇନୋକୁଲାର, ଡ୍ରୋନ କ୍ୟାମେରା ଇତ୍ୟାଦି ସାଥିରେ ନେଇ ଯେଉଁ ସବୁ ସ୍ଥାନରେ ପକ୍ଷୀ ମାନେ ଜଳ ମଧ୍ୟକୁ ଥାଆନ୍ତି ସେହି ସବୁ ଅଂଚଳରେ ପୂର୍ବରୁ ତାଲିମ ପାଇଥିବା ଜ୍ଞାନ କୌଶଳ ପ୍ରୟୋଗ କରି ପକ୍ଷୀ ଗଣନା କରିଥିଲେ। ସହକାରୀ ବନ ସଂରକ୍ଷକ ମୌସୁମୀ ଖେମୁଣ୍ଡୁ ପ୍ରକାଶ କରିଛ୍‌ନ୍ତି ଯେ, ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ସାମାନ୍ୟ ପକ୍ଷୀ ସଂଖ୍ୟା ବୃଦ୍ଧି ପାଇଛିା ଗତବର୍ଷ ୩୫୦୮ ଥିଲା ବେଳେ ଚଳିତ ବର୍ଷ ୩୫୧୭ ଟି ୩୪ଟି ପ୍ରଜାତିର ସ୍ୱଦେଶୀ ଓ ବିଦେଶୀ ପକ୍ଷୀ ଜଳଭଣ୍ଡାରକୁ ଆସିଛନ୍ତିା ସେତିମଧ୍ୟରୁ ୨୨ ପ୍ରଜାତିର ବିଦେଶୀ ପକ୍ଷୀ ହୋଇଥିବା ବେଳେ ୧୨ ପ୍ରକାରର ସ୍ୱଦେଶୀ ପକ୍ଷୀ ଚିହ୍ନଟ ହୋଇଛି ବୋଲି ସେ ପ୍ରକାଶ କରିଥିଲୋ ଏହି କାର୍ଯ୍ୟକ୍ରମରେ ସହକାରୀ ବନ ସଂରକ୍ଷକ ପ୍ରିୟଙ୍କା ମହୁକା, ବନାଂଚଳ ଅଧିକାରୀ ରମେଶ ରାଉତ, ବନପାଳ ଦିବାକର ଜେନାଙ୍କ ସହ ୩୦ରୁ ଉର୍ଦ୍ଧ୍ବ କର୍ମଚାରୀ ସାମିଲ ଥିଲେ।

Post a Comment

Previous Post Next Post