ମିଳିତ ନାଗରିକ କମିଟି ପକ୍ଷରୁ କନ୍ଧମାଳ ଗସ୍ତରେ ଥିବା ଉଚ୍ଚଶିକ୍ଷା ମନ୍ତ୍ରୀଓ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ


କନ୍ଧମାଳ: ମୋ ନିୟୁଜ ଓଡିଶା ୧୭/୦୧/୨୦୨୫

କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କରିପୋର୍ଟ 


 ରାଜ୍ୟ ଉଚ୍ଚଶିକ୍ଷା, କ୍ରୀଡା ଯୁବ ବ୍ୟାପାର ଓ ଓଡିଆ ଭାଷା ସାହାତ୍ୟ ସଂସ୍କୃତି ମନ୍ତ୍ରୀ ମାନ୍ୟବର ସୂର୍ଯ୍ୟ ବଂଶୀ ସୂରଜ କନ୍ଧମାଳ ଗସ୍ତରେ ଆସି ସର୍କିଟ ହାଉସ ଠାରେ ପହଞ୍ଚି ୧୭ତାରିଖରେ ଦଳୀୟ କର୍ମୀ ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଫୁଲବାଣୀ ଷ୍ଟାଡିୟମ ଓ ଜିଲା କ୍ରିଡା ବିଭାଗ ପରିଦର୍ଶନ କରିଥିଲେ। ଏହି ଅବସରରେ ଜିଲା ମିଳିତ ନାଗରିକ କମିଟି ପକ୍ଷରୁ ମନ୍ତ୍ରୀଙ୍କୁ ଜିଲାର ବିଭିନ୍ନ ସମସ୍ୟା ସମ୍ପର୍କରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।ଫୁଲବାଣୀ ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ,ପିଜି ପାଇଁ ସ୍ୱତନ୍ତ୍ର ବିଲଡିଂ,କଲେଜରେ ଅଡିଟୋରିଅମ, ଖେଳପଡିଆ ସହସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି କରିବା ନିମନ୍ତେ ମାନ୍ୟବର ମନ୍ତ୍ରୀଙ୍କୁ ଅବଗତ କରିଥିଲେ।ଏଜେଓ ଉଚ୍ଚ ବିଦ୍ୟାଳୟ ଖେଳପଡିଆର ପଟ୍ଟା ପ୍ରଦାନ ,ବିଭିନ୍ନ ବ୍ଲକରେ ଯୁକ୍ତ ତିନି ବିଞାନ ବିଭାଗ ଖୋଲି ଅଧ୍ୟାପକ ନିଯୁକ୍ତି କରିବାକୁ ନାଗରିକ କମିଟିର ଆବାହକ ଅଶୋକ ପରିଡା ମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ।ଜିଲାରେ ୧୦୦୦ସିଟି ବିଶିଷ୍ଟ ଏକ ଆଧୁନିକ ଅଡିଟୋରିଅମ ନିର୍ମାଣ,ବନ୍ଦ ଥିବା ପାଠାଗାର ଖୋଲିବା,ଜିଲାରେ ଏକ ଆଇନ ମହାବିଦ୍ୟାଳୟ ଖୋଲିବା, ମହିଳା ଫୁଟବଲ ଛାତ୍ରୀନିବାସ  ପାଇଁ ଅନୁମତି ପ୍ରଦାନ,ଫୁଲବାଣୀ ଷ୍ଟାଡିୟମକୁ ରାଜ୍ୟସ୍ତରୀୟ ଖେଳ ପାଇଁ  ପୂନଃ ନିର୍ମାଣ ,ସୁଇମିଙ୍ଗ ପୁଲ ସହ ବାଲିଗୁଡା ଜି ଉଦୟଗିରି ଷ୍ଟାଡିୟମର ଉନ୍ନତି କରଣ କରିବାକୁ  ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।ବନ୍ଦ ଥିବା ପାଠାଗାର ଖୋଲିବା,ଥାନା ସାମନା ପାର୍କରେ ଜିଲାର ସ୍ୱାଧିନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା,ମାଆ ନାରାୟଣଙ୍କ ଯାତ୍ରାକୁ ରାଜ୍ୟ ସଂସ୍କୃତି ବିଭାଗ କ୍ୟାଲେଣ୍ଡରରେ ସ୍ଥାନିତ କରିବା ସମ୍ପର୍କରେ ଆଲୋଚନା କରିଥିଲେ। ଅପରାହ୍ନରେ ମାନ୍ୟବର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ସର୍କିଟ ହାଉସରେ ପହଞ୍ଚିବା ପରେ ନାଗରିକ କମିଟି ପକ୍ଷରୁ ବାଲିଗୁଡା ସିନ୍ଧ୍ରିଗାଁ, କଲାଡି ବଲସକୁମ୍ପା ଚକାପାଦ ରାସ୍ତା, ପାଣିସାଲ ବଘିଆପଡା ରାସ୍ତା ନିର୍ମାଣ, ପଞ୍ଚାୟତିରାଜ ବିଭାଗର ଖାଲିପଡିଥିବା ପଦବୀ ପୂରଣ,ପାନୀୟ ଜଳ ପ୍ରକଳ୍ପର ନିର୍ମାଣ ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମିଳିତ ନାଗରିକ କମିଟି ପକ୍ଷରୁ ଦିଆଯାଇଥିବା ସ୍ମାରକପତ୍ର ଜିଲା ଉନ୍ନୟନ କାର୍ଯ୍ୟ ପାଇଁ ରୋଡ ମ୍ୟାପ ବୋଲି ମାନ୍ୟବର ମନ୍ତ୍ରୀ କହିବା ସହ ଏ ସମସ୍ୟା ସମାଧାନ ପାଇଁ ଦୃଷ୍ଟି ଦେଵାକୁ କହିଥିଲେ।କମିଟିର ସଦସ୍ୟଙ୍କ ମଧ୍ୟରେ ପ୍ରମୋଦ ସାହୁ,ରାଜ କିଶୋର ପାଢୀ,ମଧୁସୂଦନ ସାହୁ,ଅମୀୟ ଦାସ ବିଶ୍ୱରଞନ ଦାସ ପ୍ରମୁଖ ଆଲୋଚନାରେ ଯୋଗ ଦେଇଥିଲେ।

Post a Comment

Previous Post Next Post