ଅବସର ପ୍ରାପ୍ତ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା

 


ଭଞ୍ଜନଗର ମୋ ନିୟୁଜ ଓଡିଶା : ସାର୍ଦ୍ଦୁଳ ରାଧା କୃଷ୍ଣ ସ୍ୱାମୀ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ଶିକ୍ଷକ ଶ୍ରୀ ମନମୋହନ ପାଣିଗ୍ରାହୀଙ୍କୁ ଆଜି ବିଦ୍ୟାଳୟ ତରଫରୁ ଅନୁଷ୍ଠାନିକ ଭାବରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ରାଧା କୃଷ୍ଣ ସ୍ୱାମୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଭାସ୍କର ପାଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିଦାୟ ସମ୍ବର୍ଦ୍ଧନା ସଭାରେ ସାର୍ଦ୍ଦୁଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସୁଦାମ ଦଳବରା ମୂଖ୍ୟ ଅତିଥି ରୂପେ ଯୋଗ ଦେଇ ବିଦାୟୀ ଶିକ୍ଷକ ଶ୍ରୀ ପାଣିଗ୍ରାହୀଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ବିଦ୍ୟାଳୟକୁ ସରସ ସୁନ୍ଦର ଭାବେ ଗଢି ତୁଳିବାରେ ଶ୍ରୀ ପାଣିଗ୍ରାହୀଙ୍କ ଯଥେଷ୍ଟ ଅବଦାନ ଓ ଭୂମିକା ରହିଛି  ତା ସହିତ ସେ ଜଣେ ସୁନାମଧନ୍ୟ ଶିକ୍ଷକ , ଛାତ୍ର ଛାତ୍ରୀ ଓ ବନ୍ଧୁ ବତ୍ସଳ ରୂପେ ମଧ୍ୟ ସେ ବେଶ ପରିଚିତ । ଏହି ଅନୁଷ୍ଠାନର ସମସ୍ତ  ସହକର୍ମୀ ଓ ଛାତ୍ରଛାତ୍ରୀ  ଶିକ୍ଷକ ଶ୍ରୀ ପାଣିଗ୍ରାହୀଙ୍କ ଗୁଣଗାନ  କରିବା ସହ ଛଳଛଳ ଶୋକାକୂଳ ପରିବେଶ ମଧ୍ୟରେ ନିଜର ପ୍ରିୟ ଶିକ୍ଷକଙ୍କୁ ବିଦାୟ ଦେଇଥିଲେ । ବିଦ୍ୟାଳୟରେ ତାଙ୍କ ସ୍ଥାନ ଅପୂରଣୀୟ ହୋଇ ରହିବ ବୋଲି ସମସ୍ତ ଶିକ୍ଷକ ମତବ୍ୟକ୍ତ କରିଥିବା  ବେଳେ ଛାତ୍ର ଛାତ୍ରୀ ମାନେ ମ୍ରିୟମାଣ ହୋଇପଡିଥିଲେ ।ଏହି ସଭାକୁ  ଶିକ୍ଷକ ଶ୍ରୀ ପ୍ରଦୀପ କୁମାର ଗୌଡ଼ ସଂଯୋଜନା କରିଥିବା ବେଳେ ଶିକ୍ଷକ ଅନଙ୍ଗ ମୋହନ ମହାରଣା,ସଚିତ୍ର କୁମାର ନାୟକ,ଭଞ୍ଜ କିଶୋର ପ୍ରଧାନ, ସନ୍ୟାସୀ ପ୍ରଧାନ,ଶିକ୍ଷୟିତ୍ରୀ ପଦ୍ମିନୀ ମିଶ୍ର, ରିଙ୍କୁ ପ୍ରଧାନ, ଲିଜ଼ାଲିନୀ ଗୌଡ଼, ଶୁଭ୍ରମୟୀ ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ ।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post