ଧର୍ମ ପରାୟଣ ମହିଳାଙ୍କ ପରଲୋକ।

ମାଲକାନଗିରି ତା:- ୦୮/୦୧ ମୋ ନ୍ୟୁଜ ଓଡିଶା(ସତ୍ୟ ନାରାୟଣ ଦାଶ) ମାଲକାନଗିରି ଜିଲ୍ଲା ବାଲିମେଳା   ୱାର୍ଡ ନମ୍ବର ୯ ର ଜଣେ ଧର୍ମ ପରାୟଣ ୭୫ ବର୍ଷୀୟା ବୃଦ୍ଧା  ଅନୁସୂୟା ସାହୁଙ୍କ ଗତକାଲି ଦିବା ୧୨.୪୫ ମିନିଟ ସମୟରେ ଅକାଳ ବିୟୋଗ ହୋଇଯାଇଛି। ଅନୁସୂୟା ସାହୁଙ୍କ ସ୍ୱାମୀ ଆନନ୍ଦ ସାହୁ  ବାଲିମେଳା ସହରର ଜଣେ ଖ୍ୟାତନାମା ବ୍ୟବସାୟୀ ଭାବେ ଅତି ପରିଚିତ। ସ୍ବର୍ଗତା ସାହୁ ଜଣେ ମିଷ୍ଠା ଭାଷୀ, ଧର୍ମ ପରାୟଣ ମହିଳା ଥିଲେ। ଦୀର୍ଘ ଛଅ ମାସ ହେବ ଅସୁସ୍ଥତା  କାରଣରୁ ଶଯ୍ୟାଶାୟୀ ଥିବା ବେଳେ  ଗତକାଲି ହଠାତ ଅସୁସ୍ଥତା କାରଣରୁ ବାଲିମେଳା ଚିକିତ୍ସାଳୟ କୁ ନେବା ପରେ ଡାକ୍ତର  ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କର ମୃତ୍ୟୁ ବେଳେ ପୁଅ, ବୋହୂ, ତିନି ଝିଅ , ତିନି ଜ୍ବାଇଁ ନାତି ନାତୁଣୀ, ପୂତୁରା ଓ ପୁତୁରା ବୋହୁ ସମସ୍ତେ ପାଖରେ ଥିଲେ।

Post a Comment

Previous Post Next Post