ଦୁଇ ଗୁରୁତ୍ୱର ରୋଗୀଙ୍କୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ ରୋୟାଲ ରାଇଡର୍ସ ଗ୍ରୁପ ସଦସ୍ୟ ।

 


ମାଲକାନଗିରି ତା ୦୭/୦୧ ମୋ ନ୍ୟୁଜ ଓଡିଶା(ସତ୍ୟ ନାରାୟଣ ଦାଶ) ମାଲକାନଗିରି ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ମୀନ ମୁଦୁଲି ଝାଟିମାଟି କଲୋନୀ ଓ ରାଜ କୁମାର ସାହୁ ଚିତ୍ରୋକୋଣ୍ଡା, ତେବେ ୨ ଜଣ ରୋଗୀଙ୍କ ଅବସ୍ଥା ଗୁରୁତ୍ୱର ହେବାରୁ ତାଙ୍କୁ  "ଏ ଏଵଂ ଓ "ପଜେଟୀଭ ଗ୍ରୁପ ରକ୍ତର ଆବଶ୍ୟକତା ଥିଲା | ଫଳରେ ଉଭୟ ୨ ରୋଗୀଙ୍କ ପରିବାରଲୋକେ ରକ୍ତ ଯୋଗାଡ଼ ପାଇ ବହୁ ଲୋକଙ୍କୁ ଯୋଗେ ଯୋଗାଯୋଗ କରିବା ପରେ  ନିରାଶ ହୋଇଥିଲେ | ଖବର ପାଇ ରୋୟାଲ ରାଇଡର୍ସ ଗ୍ରୁପ ସଦସ୍ୟ ତୁରନ୍ତ ପି.ନବୀନ ରାଓ ରୋୟାଲ ରାଇଡର୍ସ ଗ୍ରୁପ ସଦସ୍ୟ ଓ ଅନୀଲ କୁମାର ରକ୍ତ ଭଣ୍ଡାରକୁ ଯାଇ ମୀନ ଏବଂ ରାଜ କୁମାର ଙ୍କୁ ରକ୍ତ ଦାନ କରିଥିଲେ | ତେବେ ତାଙ୍କର ଏଭଳି କାର୍ଯ୍ୟ ଯୋଗୁଁ ତାଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।ଏହି ଅବସରରେ ଅନ୍ୟତମ ସଦସ୍ୟ ରୋୟାଲ ରାଇଡର୍ସ ଗ୍ରୁପ ସତ୍ୟଜିତ ଗୌଡ଼, ଶ୍ୟାମ ମୁଦୁଲି ଉପସ୍ଥିତ ଥିଲେ |

Post a Comment

Previous Post Next Post