ମୋ ନିୟୁଜ ଓଡିଶା ଓଡିଶା ଆଦର୍ଶ ବିଦ୍ୟାଳୟ ପାଇଁ ପ୍ରବେଶିକା ପରୀକ୍ଷା ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ରାଜପୁର ସ୍ଥିତ ଓ ଏ ଭି ରେ ମୋଟ 533 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଆଦର୍ଶ ବିଦ୍ୟାଳୟ ରେ ଷଷ୍ଠ ଶ୍ରେଣୀ ପାଇଁ 131 ଜଣ ପରୀକ୍ଷା ଦେଇଥିଲେ ଓ ସପ୍ତମ ଶ୍ରେଣୀ ପାଇଁ 2 ଜଣ ପରୀକ୍ଷା ଦେଇଛନ୍ତି । ଏଥିସହ ବେଗୁନିଆପଡା ଜନତା ନୋଡାଲ ହାଇ ସ୍କୁଲ ରେ 197 ଜଣ ପରୀକ୍ଷା ଦେଇଥିଲେ । ସେହିଭଳି କୋଦଳା ନୋଡାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ 203 ଜଣ ପରୀକ୍ଷା ଦେଇଛନ୍ତି । ପରୀକ୍ଷା ନିରୀକ୍ଷକ ଭାବେ ଓ ଏ ଭି ରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଦ୍ର ନାରାୟଣ ସାହୁ। ଜନତା ନୋଡାଲ ହାଇ ସ୍କୁଲରେ ମର୍ଦମେଖ ହାଇ ସ୍କୁଲ ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ବେହେରା ଓ କୋଦଳା ନୋଡାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ସ୍ଥାନୀୟ ପ୍ରଧାନ ଶିକ୍ଷକ ଉମାକାନ୍ତ ବେହେରା ଉପସ୍ଥିତ ରହି ପରୀକ୍ଷା ପରିଚାଳନା କରିଥିଲେ ।


