ଶ୍ରୀ ନୃସିଂହ ନାଥ କୃଷକ ସଂଘଠନ ଦ୍ୱାରା ଉପଜିଲ୍ଲାପାଳ ଙ୍କୁ ଦାବି ପତ୍ର

ଭଞ୍ଜନଗର:ମୋ ନିୟୁଜ ଓଡିଶା କଥାରେ ଅଛି ଚାଷୀ ହସିଲେ ଦେଶ ହସିବ, କିନ୍ତୁ ଯେତେବେଳେ ଚାଷୀ କାନ୍ଦିବ ତାହେଲେ ଦେଶ କାନ୍ଦିବ କିନ୍ତୁ ଏଠି ଚାଷୀର ଆଖିର ଲୁହର କୌଣସି ମୂଲ୍ୟ ନାହିଁ।ହଁ ଦର୍ଶକ ବନ୍ଧୁ ଆଜି ଚାଷୀର ମେରୁଦଣ୍ଡ ଭାଙ୍ଗି ଯାଇଛି।ଅଦିନିଆ ବର୍ଷାରେ ବର୍ଷ ଯାକର ପରିଶ୍ରମ ପାଣିରେ ଭାସୁଛି, ହୋଇଥିବା ଧାନ ପୁଣି ଗଜା ହେବାରେ ଲାଗିଛି।ଆଉ ଯେଉଁ ସରକାର ଚାଷୀର ବିକାଶ ପାଇଁ ଯେଉଁ ସବୁ ପ୍ରତିଶୃତି ଦେଇଥିଲେ ତାହା ଆଜି ପାଣିରେ ଗାର ହୋଇଛି।ଗତ ମାସରେ ଦୁଇ ଦୁଇ ଥର ଅଦିନିଆ ବର୍ଷାରେ ଚାଷୀର ବହୁ ଫସଲ କ୍ଷତି ହୋଇଛି।ତେଣୁ ସେହି କ୍ଷତି ଗ୍ରସ୍ତ ଚାଷୀ ମାନେ ଚାଷୀର କ୍ଷତି ଭରଣ ଓ ସେମାନଙ୍କ ବିଭିନ୍ନ ଦାବି ନେଇ ବେଳଗୁଣ୍ଠ। ବ୍ଲକ ର ବହୁ ଚାଷୀ ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ  ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଏକ ଦାବି ପତ୍ର ଦେଇଥିଲେ।ଚାଷୀ ମାନଙ୍କ ଏକ ଶୋଭା ଯାତ୍ରା ବାଉଁସଲୁଣ୍ଡି ଠାରୁ ବାହାରି ଉପଜିଲ୍ଲାପାଳ ଙ୍କ ଅଫିସରେ ପହଞ୍ଚି ଥିଲା।ଏହି କାର୍ଯ୍ୟକ୍ରମ କୁ ଶ୍ରୀ ନୃସିଂହ ନାଥ କୃଷକ ସଙ୍ଗଠନ ଦ୍ୱାରା ଆୟୋଜିତ ହୋଇଥିଲା। ଆଜିର ଦାବି ପତ୍ର ରେ ଯେଉଁ ଚାଷୀ ମାନେ ଫସଲ ବୀମା  ଆବେଦନ  କରିନାହାନ୍ତି ସେମାନଙ୍କ ଆବେଦନକୁ ରାଜସ୍ୱ ନିରୀକ୍ଷକ ଙ୍କ ଦ୍ଵାରା କରାଇବା, ଧାନ ମଣ୍ଡି ତୁରନ୍ତ ଖୋଲିବା, ରବି ଜାତୀୟ ଫସଲ ବିହନ ତୁରନ୍ତ ଯୋଗାଇବା ଓ ଭାଗ ଚାଷୀ ମାନଙ୍କୁ ମଧ୍ୟ ସବୁ ପ୍ରକାର ସରକାରୀ ସାହାଯ୍ୟ ଯୋଗାଇବା ଆଦି ଦାବି ରହିଥିଲା। ସଂଘଠନ ର ସଭାପତି ପସନ କୁମାର ବିଶ୍ୱାଳ,ଉପ ସଭାପତି ସାନୁଜ କୁମାର ସ୍ୱାଇଁ, ସମ୍ପ।ଦକ କୃଷ୍ଣ ଚନ୍ଦ୍ର ପଟ୍ଟନାୟକ ପ୍ରମୂଖ ଯୋଗ ଦେଇଥିଲେ।

ଭଞ୍ଜନଗର ରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post