ବଡକୋଦଣ୍ଡା ଉଚ୍ଚ ବିଦ୍ୟାଳୟରେ କ୍ରୀଡା ଉତ୍ସବ

 


ଭଞ୍ଜନଗର :  ମୋ ନିୟୁଜ ଓଡିଶା ଏଠାରୁ ପ୍ରାୟ ତିନି କିଲୋମିଟର ଦୂର ଜବାହର ନୋଡାଲ ଉଚ୍ଚ ବିଦ୍ୟାଳୟ, ବଡକୋଦଣ୍ଡା ଠାରେ ପ୍ରଧାନଶିକ୍ଷକ ମନୋରଞ୍ଜନ ପଣ୍ଡାଙ୍କ ତତ୍ତ୍ୱାବଧାନରେ ବରିଷ୍ଠ ଶିକ୍ଷୟିତ୍ରୀ ରଶ୍ମିତା ସାହୁ ଆନୁଷ୍ଠାନିକ ଭାବେ କ୍ରୀଡାଉତ୍ସବକୁ ଉଦଘାଟନ କରିଥିଲେ। ପ୍ରାକ୍ତନ ପ୍ରଧାନଶିକ୍ଷକ ସନ୍ତୋଷ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ କ୍ରୀଡ଼ାବିତଙ୍କ ଠାରୁ ଅଭିବାଦନ ଗ୍ରହଣ ପରେ ନିଜର ବକ୍ତବ୍ୟ ରଖି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। କ୍ରୀଡା ଶିକ୍ଷକ ଶରତ ଚନ୍ଦ୍ର ବେହେରା ଓ ଶାନ୍ତିଲତା ପ୍ରଧାନ କ୍ରୀଡା ପରିଚାଳନା କରିଥିବାବେଳେ ବରିଷ୍ଠ ଶିକ୍ଷୟିତ୍ରୀ ଅନିମା ମିଶ୍ର, ପୁଷ୍ପାଞ୍ଜଳି ସ୍ୱାଇଁ, ସାଜନ ସ୍ୱାଇଁ, ରଶ୍ମିତା ସାହୁ, ମୋହନ ସାହୁ, ରାଜଶ୍ରୀ ପଟ୍ଟନାୟକ, ନୀଳାଞ୍ଚଳ ପ୍ରଧାନ, ଗୀତାଞ୍ଜଳି ମଳିକ, ବାଳକୃଷ୍ଣ ପାତ୍ର ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଦୁଇଦିନ ଧରି ଚାଲୁଥିବା କ୍ରୀଡା କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post