ଉତ୍ତମ ମଞ୍ଚ ପରିଚାଳନା ପାଇଁ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ସମ୍ବର୍ଦ୍ଧନା।


(ମାଲକାନଗିରି ରୁ ସତ୍ୟ ନାରାୟଣ ଦାଶଙ୍କ ରିପୋର୍ଟ  ମୋ ନ୍ୟୁଜ ଓଡିଶା)

ମାଲକାନଗିରି ତା ୧୭/୧୨

ମାଲକାନଗିରି ଜିଲ୍ଲାର ଜିଲ୍ଲା ସ୍ତରୀୟ ମାଲ୍ୟାବନ୍ତ ମହୋତ୍ସବ ରେ ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ପ୍ରମିଳା ମାଝୀ ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ ସହ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଛି। ସୁଶ୍ରୀ ମାଝୀ ଜିଲ୍ଲା ସ୍ତରୀୟ ମାଲ୍ୟାବନ୍ତ ମହୋତ୍ସବର ଉତ୍ତମ ମଞ୍ଚ ପରିଚାଳନା ସହ ଜିଲ୍ଲାର ସାମ୍ବାଦିକ ମାନଙ୍କ ସମ୍ମାନ ପାଇଁ ନେଇଥିବା ଉତ୍ତମ ପଦକ୍ଷେପ ଯୋଗୁଁ ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ଓ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ଙ୍କ ଦ୍ଵାରା ସୁଶ୍ରୀ ମାଝୀ ଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

Post a Comment

Previous Post Next Post