(ମାଲକାନଗିରି ରୁ ସତ୍ୟ ନାରାୟଣ ଦାଶଙ୍କ ରିପୋର୍ଟ ମୋ ନ୍ୟୁଜ ଓଡିଶା)
ମାଲକାନଗିରି ୨୭।୧୨ ଆଜି ମାଲକାନଗିରି ଜିଲ୍ଲା ବନ୍ଧଗୁଡା ଠାରେ ଥିବା ବନ ବିଭାଗର ନର୍ସରୀ ମଧ୍ୟରେ ଜିଲ୍ଲା ସାମ୍ବାଦିକ ସମନ୍ୱୟ କମିଟି ପକ୍ଷରୁ ବନ୍ଧୁ ମିଳନ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି। ସାମ୍ବାଦିକ ସମନ୍ୱୟ କମିଟିର ସଦସ୍ୟ ମାନଙ୍କ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଂଚଳରୁ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନେ ଅଂଶଗ୍ରହଣ କରି ଉତ୍ସାହର ସହ ଏହାର ମଜା ଉଠାଇ ଥିଲେ। ଏହି ଅବସରରେ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଓ କାର୍ଯ୍ୟ ବିଷୟରେ ଆଲୋଚନା କରାଯାଇଥିଲ। ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ କାର୍ଯ୍ୟରତ ସାମ୍ବାଦିକ ମାନେ ଉପସ୍ଥିତ ରହି ବେସ ଉତ୍ସାହ ବ୍ୟକ୍ତ କରିଥିଲେ। ପରେ ବନ୍ଧୁମିଳନ ଓ ବଣ ଭୋଜି ସହିତ ସୁର ଝଙ୍କାର କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
Tags:
ଆଞ୍ଚଳିକ