(ମାଲକାନଗିରି ରୁ ସତ୍ୟ ନାରାୟଣ ଦାଶଙ୍କ ରିପୋର୍ଟ ମୋ ନ୍ୟୁଜ ଓଡିଶା)
ମାଲକାନଗିରି,୨୭।୧୨ ମାଲକାନଗିରି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ବ୍ୟବସାୟୀ ସଂଘର ସମ୍ପାଦକଙ୍କ ଈଶ୍ୱର ପଟ୍ଟନାୟକଙ୍କ ମାତା ଆର୍. ବିଜୟଲକ୍ଷ୍ମୀଙ୍କ ବିୟୋଗ ହୋଇ ଯାଇଛିା ଆଜି ସକାଳେ ୧୧.୪୦ ମିନିଟ ସମୟରେ ବିଶାଖାପାଟଣା ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ତାଙ୍କର ବିୟୋଗ ହୋଇ ଯାଇଛିା ସେ ଦୀର୍ଘ ଦିନ ଧରି କ୍ୟାନସରରେ ପୀଡିତ ଥିବା ବେଳେ ଗତ ଦୁଇଦିନ ପୂର୍ବେ ତାଙ୍କର ଶରୀର ଅତ୍ୟନ୍ତ ଅସୁସ୍ଥ ହୋଇ ପଡିବାରୁ ପ୍ରଥମେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଗତ ଦୁଇଦିନ ଧରି ଚିକିତ୍ସା ଚାଲିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ୧୧.୪୦ ସମୟରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ଆଜି ସନ୍ଧ୍ୟାରେ ତାଙ୍କ ପାର୍ଥିବ ଶରୀରକୁ ନିଜ ବାସଭବନକୁ ଆଣିବା ପରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ଏହି ଖବର ପାଇ ଆଜି ଶ୍ରୀ ପଟ୍ଟନାୟକଙ୍କ ବାସ ଭବନରେ ଆତ୍ମୀୟ ସଜ୍ଜନଙ୍କ ସହ ସହରର ବିଶିଷ୍ଠ ବ୍ୟକ୍ତି ମାନେ ଉପସ୍ଥିତ ରହି ଶୋକ ସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଦେଉଥିବା ଦେଖିବାକୁ ମିଳିଛିା