ଗଞ୍ଜାମ ଜିଲ୍ଲା ମୋ ନିୟୁଜ ଓଡିଶା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଏସ. ଛଚିନା ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପରିସରରେ ଶୁକ୍ରବାର ଦିନ ଆସ୍ପୃହା ମଣ୍ଡଳର ଛାତ୍ରଛାତ୍ରୀ ସମ୍ଳୀଳନି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆବାହକ ଶଶଧର ବେହେରା ଯୋଗଦେଇ ଅପରାହ୍ନ ତିନି ଘଣ୍ଟ ସମୟରେ ଆଧ୍ୟାତ୍ମିକ ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମ ଆରମ୍ଭ କରଥିଲେ । ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲା କୁ ନେଇ ଆସ୍ପୃହା ମଣ୍ଡଳ ଗଠିତ। ଏହି ମଣ୍ଡଳର ପ୍ରାୟ 20 ଟି ବିଦ୍ୟାଳୟର ପ୍ରାୟ 256 ଜଣ ଛାତ୍ରଛାତ୍ରୀ ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ । ଆସ୍ପୃହା ମଣ୍ଡଳର 70 ଜଣ ସଂଗଠକ ଓ ଅପାଭାଇ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ଶୁକ୍ରବାର ଶନିବାର ଓ ରବିବାର ତିନି ଦିନ ଧରି ଚାଲିବ । ସମସ୍ତ ଛାତ୍ରଛାତ୍ରୀ ଓ ଅପାଭାଇ ଙ୍କୁ ନେଇ ଚାରି ଭାଗରେ ବିଭକ୍ତ କରି ପାଠଚକ୍ର, ବିଜ୍ଞାନ କୁଇଜ ପ୍ରୋଜେକ୍ଟ, ହସ୍ତକର୍ମ ଚିତ୍ରାଙ୍କନ, ସୃଜନଶିଳତା ଆଦି ବିଷୟରେ ଆଲୋଚନା କରାଯିବ । ଏହିସବୁ ବିଷୟକୁ ନେଇ ପ୍ରତ୍ୟେକ ଦିନ ସନ୍ଧ୍ୟା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ନବ ଜୀବନ ଶିକ୍ଷା ସଂସଦ ସଦସ୍ୟ ଲକ୍ଷ୍ମୀ ଚରଣ ଦାସ, ସ୍ଥାନୀୟ ଶିକ୍ଷା କେନ୍ଦ୍ର ର ଅଧକ୍ଷ ସନ୍ତୋଷ କୁମାର ନାୟକ ଙ୍କ ସମେତ ସମସ୍ତ ଅପାଭାଇ ଓ ସଂଗଠନ ର ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ
Tags:
ଆଞ୍ଚଳିକ