ଭଞ୍ଜନଗର:ମୋ ନିୟୁଜ ଓଡିଶା ଶିଶୁ ମନ୍ଦିର ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ଏକ ବିପ୍ଳବ। ଭାରତୀୟ ପଦ୍ଧତି ଓ ମୂଲ୍ୟବୋଧ ଆଧାରିତ ଶିକ୍ଷା, ଗୁଣାତ୍ମକ ଶିକ୍ଷା ଏବଂ ସାଧାରଣ ଲୋକଙ୍କ ପାଇଁ ଶିକ୍ଷା ପ୍ରଦାନ ସହ ଏକ ନୂଆ ପିଢ଼ଇ ଗଢ଼ିବାରେ ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି ଦ୍ୱାରା ପରିଚାଳିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଭୂମିକା ସବୁଠୁ ବଡ଼ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସରସ୍ୱତୀ ଶିଶୁ ମନ୍ଦିର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ନୂଆ ପିଢ଼ି ତିଆରି କରୁଛି। ପିଲାମାନେ ଏଠାରୁ ପାଠପଢ଼ି କେବଳ ଡ଼ିଗ୍ରୀ ଓ ସାଟିଫିକେଟ୍ ପାଉନାହାନ୍ତି ବରଂ ଜଣେ ଜଣେ ଉତ୍ତମ ନାଗରିକ ହେଉଛନ୍ତି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିନିକିଆ ଗଞ୍ଜାମ ଗ୍ରସ୍ତରେ ଆସି ଭଞ୍ଜନଗର, ଗାଙ୍ଗପୁର, ବୁଗୁଡ଼ାରେ ପୃଥକ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଶେଷରେ କଳା, ସାହିତ୍ୟ ଓ ସଂସ୍କୃତିର ଭୂମି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଡ଼ିହପଢ଼ାଳ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରପଞ୍ଚତ୍ରିଂଶତମ ବାର୍ଷିକ ଉତ୍ସବରେ ଯୋଗଦେଇ ନବ ନିର୍ମିତ ଛାତ୍ରବାସ କୋଠାର ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପଶୁପାଳନ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଓ ଆସିକା ସାଂସଦ ଅନିତା ସୁଭଦର୍ଶନୀ, ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ପଞ୍ଚାୟତ ସମିତି ଅଧ୍ୟକ୍ଷ ନରିସଭା ନାୟକଙ୍କ ସମେତ ଗଞ୍ଜାମ ଜିଲ୍ଲାର ବହୁ ବିଧାୟକ ଉପସ୍ଥିତ ରହିଥିଲେ।
ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା