ଭଞ୍ଜନଗର :ମୋ ନିୟୁଜ ଓଡିଶା ବିଜେଡିର ୨୮ତମ ପ୍ରତିଷ୍ଠା ଦିବସ ରେ ଭଞ୍ଜନଗର ବିଜୁ ଜନତା ଦଳକୁ ବଡ଼ ଝଟକା ଲାଗିଛି। ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ସ୍ଥାନୀୟ ବିଧାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ଗଞ୍ଜାମ ଜିଲାର ଭଞ୍ଜନଗର ବ୍ଳକ ଅଧ୍ୟକ୍ଷ ନରିସଭା ନାଇକ ବିଜେଡି ଛାଡ଼ି ବିଜେପିରେ ବିଧିବଦ୍ଧ ଭାବେ ଯୋଗଦେଇଛନ୍ତି। ସ୍ଥାନୀୟ ଫରେଷ୍ଟ ବଙ୍ଗଳା ଆୟୋଜିତ ବିଜେପିର ମିଶ୍ରଣ ପର୍ବରେ ବିଧାୟକ ପ୍ରଦ୍ୟୁମ୍ନ ନାୟକଙ୍କ ଉପସ୍ଥିତିରେ ବ୍ଲକ ଅଧ୍ୟକ୍ଷ ନରିସଭା ନାୟକଙ୍କ ସମେତ ତିନି ପଞ୍ଚାୟତର ସମିତି ସଭ୍ୟ ଓ ସଭ୍ୟା ବିଜେପିରେ ଯୋଗଦେଇଛନ୍ତି। ସେମାନେ ହେଲେ କୁଲାଡ଼ ସମିତିସଭ୍ୟା ପି. ରେଣୁକା ପାତ୍ର, ବାରୁଡ଼ା ସମିତିସଭ୍ୟା ବନିତା ସେଠି, ବଡକୋଦଣ୍ଡା ସମିତିସଭ୍ୟ ଜେ.ମନୋଜ ପୃଷ୍ଟି। ଏହି ନେତାମାନେ ବିଜେପିରେ ମିଶିଲାପରେ ଭଞ୍ଜନଗର ନିର୍ବାଚନମଣ୍ଡଳୀରେ ବିଜେପି ଅଧିକ ମଜବୁତ ହେବାରେ ଲାଗିଛି । ଏହିପରି ସ୍ଥଳେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ପୂର୍ବତନ ମନ୍ତ୍ରୀ ବାହୁବଳି ନେତା ବିକ୍ରମ ଆରୁଖ ଆଜି ବିଜେଡିର ପ୍ରତିଷ୍ଠା ଉତ୍ସବରେ ନିଜର ପତିଆରା ବୃଦ୍ଧି କରିବା ସହ ବିଜେଡ଼ିକୁ ମଜବୁତ କରିବା ପାଇଁ କର୍ମୀ ମାନଙ୍କୁ ଆବାହନ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଦିନକୁ ଦିନ ଭଞ୍ଜନଗର ରାଜନୀତିର ସ୍ଥିତି ଓ ପରିସ୍ଥିତିରେ ପରିବର୍ତ୍ତନ ଆସୁ ଥିବା ବେଳେ ଆଗକୁ କେଉଁ ମୋଡ ନେଉଛି ଦେଖିବାର ବାକି ରହିଲା।
ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା