ଜିଲ୍ଲା କାରାଗାର ରେ କାରାଗାର ପ୍ରତିଷ୍ଠା ଦିବସ ପାଳିତ।


(ମାଲକାନଗିରି ରୁ ସତ୍ୟ ନାରାୟଣ ଦାଶଙ୍କ ରିପୋର୍ଟ ମୋ ନ୍ୟୁଜ ଓଡିଶା)

ମାଲକାନଗିରି ତା ୧୦/୧୨

ମାଲକାନଗିରି ଜିଲ୍ଲା କାରଗାରରେ ଜେଲ ଅଧିକ୍ଷକ ଦିଲ୍ଲୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ କାରଗାର ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇ ଯାଇଛି। 

ଏହି କାର୍ଯ୍ୟକ୍ରମରେ ଆୟୋଜିତ ସଭାରେ  ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ମୁଖ୍ୟବକ୍ତା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତପନ ନାରାୟଣ ରଥ, ସମ୍ମାନୀତ ଅତିଥି ପ୍ରକୃତି ବନ୍ଧୁ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ଅଧ୍ୟାପକ ରଞ୍ଜନ କୁମାର ସ୍ବାଇଁ, ସରକାରୀ ଅଧିବକ୍ତା ଅଶୋକ କୁମାର ପଟ୍ଟନାୟକ, ରିଚିଂ ହ୍ୟାଣ୍ଡ ସୋସାଇଟିର ଡ. ସୁଜନ ରେମୋ ପାଉଲ, ଜେଲ ଚିକିତ୍ସା ଅଧିକାରୀ ଅବଧେଶ ରାଜ୍ ପଣ୍ଡା ମଞ୍ଚାସୀନ ଥିଲେ। ସମ୍ମାନୀତ ଅତିଥିମାନେ କାରାଗାର ଅନ୍ତେବାସୀ ମାନଙ୍କ  ପାଇଁ କି କି ସୁବିଧା ରହିଛି ସେ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। 

ମୁଖ୍ଯଅତିଥି ଶ୍ରୀ ପ୍ରଧାନ ନିଜ ବିଭାଗର ଅଭିଜ୍ଞତା କୁ ନେଇ ଜେଲ ର ଅନ୍ତେବାସୀ ମାନଙ୍କ ଭବିଷ୍ୟତ ସୁଧାରିବାକୁ ପରାମର୍ଶ ପ୍ରଦାନ କରିଥିଲେ। ମୁଖ୍ଯବକ୍ତା ଶ୍ରୀ ରଥ କାରାଗାର ପ୍ରତିଷ୍ଠା ଦିବସ ଓ ମାନବ ଅଧିକାରର ତାତ୍ପର୍ଯ୍ୟ ସଂପର୍କ ରେ ବୁଝାଇଥିଲେ। ଏହାପରେ ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ଅର୍ଜନ କରିଥିବା ଅନ୍ତେବାସୀ ଙ୍କୁ ଅତିଥିମାନେ ପୁରସ୍କାର ବିତରଣ କରିଥିଲେ। ଶେଷରେ ଅନ୍ତେବାସୀମାନେ ନାଚ ଓ ନାଟକ "ଆଗକୁ ଗଲେ ଯେତିକି ପଛକୁ ଗଲେ ସେତିକି" ମଞ୍ଚସ୍ଥ କରିଥିଲେ। ମଞ୍ଚ ସଂଯୋଜନା ଦାୟିତ୍ୱ ଜେଲର୍ ଦିଲ୍ଲୀପ କୁମାର ବେହେରା ଥିବା ବେଳେ, ଆରକ୍ଷୀ ସସ୍ମିତା ସାହୁ, ପ୍ରିୟଙ୍କା ସାହୁ, ସୁଭଦ୍ରା ଖଡ଼ା ମଞ୍ଚ ପରିଚାଳନା କରିିଥିଲେ। ଅନ୍ୟମାନଙ୍କ ମଧ୍ଯ ରେ ସହକାରୀ ଜେଲର୍ ରାମଚନ୍ଦ୍ର ସାହୁ, ଉପ ସହକାରୀ ଜେଲର୍ ମାନସ ରଞ୍ଜନ ତ୍ରୀପାଠୀ, ଫାର୍ମାସିଷ୍ଟ ସଦାଶିବ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

Previous Post Next Post