ଫେବୃଆରୀ ୫ ରୁ ବୃଦ୍ଧଖୋଲ ମହୋତ୍ସବ

 


(ମୋ ନ୍ୟୁଜ ଓଡ଼ିଶା)

ବୁଗୁଡ଼ା,୧୦/୧୨(ସୋରେନ କୁମାର ପ୍ରଧାନ):ଆସନ୍ତା ଫେବୃଆରୀ ୫,୬ଓ ୭ ତାରିଖ 

ତିନିଦିନ ଧରି ବୃଦ୍ଧଖୋଲ ମହୋତ୍ସବ ହେବ।ସ୍ଥାନୀୟ ଐତିହାସିକ ଶୈବପୀଠ ବୃଦ୍ଧଖୋଲ ପାଦଦେଶସ୍ତ  ଜନସୁବିଧା  କେନ୍ଦ୍ରରେ ବୃଦ୍ଧଖୋଲ ଉନ୍ନୟନ ସମିତି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବୃଦ୍ଧଖୋଲ ଉନ୍ନୟନ ସମିତି ସଭାପତି ତଥା ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଙ୍କ ପୌରହିତରେ  ଏହି ବୈଠକ ହୋଇଥିଲା।ସମିତି ସମ୍ପାଦକ ସୁରେଶ ଚନ୍ଦ୍ର ଦାଶ ଓ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।ଏହି ବୈଠକରେ ସର୍ବସମ୍ମତିକ୍ରମେ  ବୃଦ୍ଧଖୋଲ ମହୋତ୍ସବ ଆୟୋଜନ ନେଇ ଆଲୋଚନା ହୋଇଥିଲା।

Post a Comment

Previous Post Next Post